ପ୍ରବୀଣ ଶିକ୍ଷାବିତ ବଟକୃଷ୍ଣ ଦାଶଙ୍କ ବିୟୋଗରେ ଶୋକ

ମାହାଙ୍ଗା -୩୧/୮ ପ୍ରବୀଣ ଶିକ୍ଷାବିତ, ସାହିତ୍ୟ ସଂସ୍କୃତି ଅନୁରାଗୀ ପୁରୁଷ, ଛାଣିପୁର ହାଇସ୍କୁଲରୁ ଅବସରପ୍ରାପ୍ତ ସୁନାମଧନ୍ୟ ଶିକ୍ଷକ ବଟକୃଷ୍ଣ ଦାଶଙ୍କ ୮୭ ବର୍ଷ ବୟସରେ କୋଠପଦା ସ୍ଥିତ ବାସଭବନରେ ପରଲୋକ ଘଟିଛି l
ଜଣେ ଛାତ୍ର ବତ୍ସଳ ଗୁରୁଭାବେ ମାହାଙ୍ଗା, ସାଲେପୁର, ବଡ଼ଚଣା ଅଂଚଳରେ ତାଙ୍କର ବେଶ ସୁଖ୍ୟାତି ଥିଲା l ରବିବାର ବିଳମ୍ବିତ ରାତିରେ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା l ପୁତ୍ର କିଶୋର ଚନ୍ଦ୍ର ଦାଶ ମୁଖାଗ୍ନି ପ୍ରଦାନ କରିଥିଲେ l
ସ୍ବର୍ଗତ ଦାଶଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ଶିକ୍ଷାବିତ ସୁନାକର ନାୟକ, ବଟ କିଶୋର ପଣ୍ଡା,ଅଭୟ ଚରଣ ପଣ୍ଡା, ରତ୍ନାକର ମହାନ୍ତି,ପ୍ରଶାନ୍ତ କର,ଅନନ୍ତ ଚରଣ ସାହୁ, ନିହାର ରଞ୍ଜନ ପଣ୍ଡା, ନାରାୟଣ ମୁଦୁଲି,ଅଖିଳେଶ ପଦ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ଅଲେଖ ଚନ୍ଦ୍ର ଦାସ,ସୁବାସ ଚନ୍ଦ୍ର ବେହେରା,ଅକ୍ଷୟ କୁମାର ଷଢଙ୍ଗୀ,ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି,ଗୟାଧର ସାହୁ, ମାଗୁଣି ଚରଣ ସାମଲ, ଭାରତ ଭୂଷଣ ଦାସ,ହେମନ୍ତ ପ୍ରଧାନ,ହରିହର ପଣ୍ଡା, ଗଣେଶ ବେହାରୀ, ସୁଧୀର ମହାନ୍ତି, ବ୍ରଜବନ୍ଧୁ ପଲେଇ,ସୁଶାନ୍ତ ନନ୍ଦ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l