ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍‌ରେ ମରଣାନ୍ତକ ଆକ୍ରମଣ

ପୁରୀ:-31/08/2026ପୁଣି ଥରେ ଶ୍ରୀକ୍ଷେତ୍ର ପୁରୀରେ ଦିନ ଦିପ୍ରହରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ଅଟୋ ଚାଳକଙ୍କୁ ଲୁହା ଜିଆଇ ପାଇପ୍‌ରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାଟି ପୁରୀ ମାଟିମଣ୍ଡପ ସାହିରେ ଘଟିଥିବା ବେଳେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଗୁରୁତର ଅଟୋ ଚାଳକ ଜଣକ ଦୋଳମଣ୍ଡପ ସାହିର ରାଜକିଶୋର ନାୟକ ବୋଲି ପୁଲିସ ସୂଚନା ଦେଇଛି। ତାଙ୍କ ମୁଣ୍ଡ, ହାତ, ଆଖି, ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ରାଜକିଶୋର ଜଣେ ରୋଗୀଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ବେଳେ ଭୋଗଜାଗା ନିକଟରେ ରାସ୍ତା ଉପରେ ବାଇକ୍‌ ରଖିଥିବା ଜଣେ ଯୁବକଙ୍କୁ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ।

ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଧକ୍କାଧକ୍କି ହୋଇଥିଲା। ପରେ ଯୁବକ ଜଣକ ଅନ୍ୟ ସାଥୀମାନଙ୍କୁ ଡାକି ରାଜକିଶୋରଙ୍କୁ ପାଇପ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଅଟୋକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।ପିସିଆର ଟିମ୍‌ ପହଞ୍ଚିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ହାତ ଖୋଲି କୁ ନେଇ ଉଠିଛି ବଡ ପ୍ରଶ୍ନ।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ