ପରଲୋକରେ କ୍ରାଇମବ୍ରାଞ୍ଚ ଆଇଜି ଶଫିନ୍ ଅହମ୍ମଦ

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ବେଳେ କେରଳରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କର ଏହି ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ଓଡ଼ିଶା ପୋଲିସ ବିଭାଗ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।