ଆଜି ଶିଖର ସମ୍ମିଳନୀ, ଟ୍ରମ୍ପଙ୍କ ସହ ମୋଦି କରିବେ ସାକ୍ଷାତ

ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫିଲିପାଇନ୍ସର ରାଜଧାନୀ ମନିଲାରେ ଆଜି ଆୟୋଜିତ ହେବ କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ ।ଏଥିରେ ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସଦସ୍ୟ ଅଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ଓ ସୁରକ୍ଷା ପ୍ରସଙ୍ଗରେ କ୍ୱାଡ ବୈଠକରେ ଆଲୋଚନା କରାଯିବ । ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଫିଲିପାଇନ୍ସ ରାଷ୍ଟ୍ରପତି ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସମ୍ମିଳନୀରେ ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ କାରବାର, ଜଳବାୟୁ ପରିବର୍ତ୍ତନ ଓ ଆସିଆନ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ । ଆସିଆନ ହେଉଛି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସଙ୍ଗଠନ ।ବିଶେଷ କଥା ହେଉଛି, ଟ୍ରମ୍ପଙ୍କ ପ୍ରସ୍ତାବିତ ଚୀନ୍ ଗସ୍ତ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଏହି କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେଉଛି । ତେଣୁ ଏହି ବୈଠକର ଆଲୋଚନା ଓ ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ମହଲର ନଜର ରହିଛି ।