ଶୀତ ଅଧିବେଶନ ପୂର୍ବରୁ ସରିଲା ସର୍ବଦଳୀୟ ବୈଠକ

ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବ ଦଳୀୟବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ଦଳ ବିଧାୟକ ନେତା ଉପସ୍ଥିତ ଥିଲେ।ଏହି ବୈଠକରେ ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ମୋସନ ଆଣିଥିବା କଥା କହିଛି ବିଜେଡି। ସମସ୍ତ ସରକାରୀ କାର୍ଯ୍ୟ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛି ଦଳ। ଏହା ସହ ରାଜ୍ୟର ଆଇନଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉଠାଇବ ବିଜେଡି। ସେପଟେ ବିଧାନସଭାରେ କୋଟିଆ ପ୍ରସଙ୍ଗ ଉଠାଇବ କଂଗ୍ରେସ। ଏହା ସହ ବନ୍ୟା ଓ ବାତ୍ୟା ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବ ଦଳ।ଅନ୍ୟପଟେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବାକୁ ଯାଉଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ବଜେଟରେ କିଛି ସ୍ୱତନ୍ତ୍ର ବ୍ୟୟବରାଦ ହୋଇପାରେ ବୋଲି ଆଶା କରାଯାଉଛି।