ବିଧାନସଭାରେ ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ

ସରିଲା ବିଜେପି ବିଧାୟକ ଦଳ ବୈଠକ । ବିଧାନସଭାରେ ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ, ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେଲା ରଣନୀତି। ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ଉଠାଇବାକୁ ଥିବାବେଳେ ଏହାର ଜବାବ ତଥ୍ୟ ଓ ପ୍ରମାଣ ସହ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି। ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ। ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟଭିତ୍ତିକ ଉତ୍ତର ଦେବାକୁ ସରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା।ବିଶେଷକରି ବାତ୍ୟା ମୁକାବିଲାରେ ସରକାରଙ୍କ ପଦକ୍ଷେପ ଓ ସଫଳତା, ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ ପ୍ରସଙ୍ଗ ଗୃହରେ ଉଠିବ। ଗଞ୍ଜାମ, ଫୁଲବାଣୀ ଓ ଗଜପତି ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ପ୍ରଦାନ କରାଯାଇଛି। ବାତ୍ୟା ପରେ ଲୋକଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକମାନେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି।କୃଷି କ୍ଷୟକ୍ଷତି, ପଶୁପାଳନ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମସ୍ତ ତଥ୍ୟ ଗୃହରେ ରଖାଯିବ।