ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ
ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା ନେଇ ବ୍ରହ୍ମପୁର ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର ପାଇଁ ଦେଲେ ନିର୍ଦ୍ଦେଶ ।ଆଶୁତୋଷ କେମିତି ପୋଡି ହୋଇ ମରିଲେ? ମୃତ୍ୟୁ କାଳୀନ ଜମାନ ବନ୍ଦୀରେ ସେ ଦେଇଥିବା ବୟାନ ଅନୁସାରେ ତାଙ୍କ ସ୍ତ୍ରୀ ଓ ଶଳା ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ କି ? ଏସବୁର ତଦନ୍ତ କ୍ରାଇମବ୍ରାଞ୍ଚ ମାଧ୍ୟମରେ କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତୁରନ୍ତ ସମସ୍ତ ରେକର୍ଡ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବାର ଲୋକ । ଗତ ଜୁନ ମାସ ୫ ତାରିଖରେ ଘଟଣା ଘଟିଥିବା ବେଳେ ୧୫ ତାରିଖରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିଲା ।