ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳ ନିଯୁକ୍ତ 

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନହୋଇଛି । ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । IAS ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲାପାଳ, ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର ଉପଜିଲାପାଳ, କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ ମିଳିଛି। ସେହିପରି ଫାବି ରସିଦଙ୍କୁ କୋରାପୁଟ ଉପଜିଲାପାଳ, ମୃଣାଳିକା ରାଠୋଡ- ରାୟଗଡ଼ା, ସୁଭଦ୍ରା ପଣ୍ଡା- ଯାଜପୁର, ପୱନ କୁମାର- ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓ- ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି।