ପାଲଲହଡ଼ା : ଗୋଷ୍ଠି ମୁଳକ ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ପାଲଲହଡ଼ା ବ୍ଲକ, ଇଞ୍ଜିଦି ଆଙ୍ଗନ୍ ୱାଡି କେନ୍ଦ୍ର ଠାରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନୱାଡି କର୍ମୀ, , କିଶୋର,କିଶୋରୀ ଉପସ୍ଥିିତଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l

ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହାୟକ ପ୍ରଦୀପ କୁମାର୍ ନାଏକ ସଭା ପରିଚାଳନା କରିଥିଲେ