ଗଣିଆରେ ବ୍ଲକ ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର
ଗଣିଆ – (ବିଶ୍ୱରଞ୍ଜନ ସେଠି ) ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟ ଅଧିକାରୀ ମଧୁସୂଦନ ଦାସ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ଗୋଛି, କୃଷି ଅଧିକାରୀ ମୋନାଲିଶା ବେହେରା ,ସିଡିପିଓ ଉଷାରଣୀ ସାହୁ , ବ୍ଲକ ଶିକ୍ଷାଅଧିକାରୀ ଲିପ୍ସା ନନ୍ଦଙ୍କ ସମେତ ସବୁବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଇ ଅଭିଯୋଗ ଶୁଣାଣି ଶିବିରରେ ଗଣିଆ ବ୍ଲକର ଆଠ ଗୋଟି ପଂଚାୟତର ବହୁସଂଖ୍ୟକ ଜନସାଧାରଣ ଯୋଗଦେଇ ନିଜ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ପ୍ରଶାସନ ନିକଟରେ ଦାଖଲ କରିଥିଲେ।

ସରକାରଙ୍କ ବିଭିନ୍ନ ଯୋଜନା ତଥା ଭତ୍ତା ୦୫, ଆବାସ ଯୋଜନା୦୭ ରାସନ କାର୍ଡ, ୦୩ ସୁଭଦ୍ରା ୦୨ ,ବିଏସଏନ ଟାୱାର ନେଟୱାର୍କ ପ୍ରୋବ୍ଲେମ,ରାଜସ୍ବ ବିଭାଗ ୦୩ ମିଶି ସମୁଦାୟ ୨୧ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।କେତେକ ଜରୁରୀ ସମସ୍ୟାର ସ୍ଥଳପଥରେ ହିଁ ତୁରନ୍ତ ସମାଧାନ କରାଯାଇଥିବା ବେଳେ, ବାକି ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ପଠାଯାଇଛି। ଏଇ ଅଭିଯୋଗ ଶୁଣାଣି ଶିବିର ପ୍ରତ୍ୟେକ ସୋମବାର ଦିନ ଆନୁଷ୍ଠିତ ହେବ । ପ୍ରଶାସନିକ ସେବାକୁ ସରଳ ଓ ଲୋକାଭିମୁଖୀ କରିବା ପାଇଁ ଏହିପରି ନିୟମିତ ଶୁଣାଣି ସହାୟକ ହେଉଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।