କଟକ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ: ଆଠଗଡ଼ ଉପଖଣ୍ଡରେ ସ୍ଥିତି ସମୀକ୍ଷା ସହ ତ୍ୱରିତ ରିଲିଫ୍ ବଣ୍ଟନ ନିର୍ଦ୍ଦେଶ।

ଆଠଗଡ଼ ୧୮/୦୭ : ( ମାନସ ରଞ୍ଜନ ସାହୁ)ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ଏହି ପରିସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ଓ ପ୍ରଭାବିତ ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ଆଠଗଡ଼ ଉପଖଣ୍ଡର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଉଚ୍ଚସ୍ତରୀୟ ଗସ୍ତରେ ଜିଲ୍ଲାପାଳଙ୍କ ସହ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଆଠଗଡ଼ ତହସିଲଦାର ଶ୍ରୀ କୁଞ୍ଜବିହାରୀ ବଡ଼ଜେନା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କିନ୍ତୁ ସବୁଠୁ ବଡ଼ କଥା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ଦେଖା ନ ଥିଲା।

ଅପାରଗତା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଅଭାବ ସହିତ ଠିକାଦାରଙ୍କ ସହ ମଧୁ ଚନ୍ଦ୍ରିକାରେ ସାପୁଆ ନଦୀର ମରାମତି କାର୍ଯ୍ୟ ନିମ୍ନ ମାନର ଆଉ ଲଘୁ ଚାପ ଜନିତ ବର୍ଷା ରେ ସାପୁଆରେ ବନ୍ୟା ହେବା ସହ ବିଭିନ୍ନ ସ୍ଥାନରେ ଘାଇ ହୋଇ ଗାଁରୁ ସହର ପର୍ଯ୍ୟନ୍ତ ସବୁଆଡେ ବନ୍ୟାଜଳ ପ୍ରବେଶ କରି ବହୁ ଗ୍ରାମବାସୀ ଜଳବନ୍ଦୀ ହେବା ସହ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ।ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ଦେଖା ନ ଥିବା ବେଳେ । କଟକ ଜିଲ୍ଲାପାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଏବଂ କ୍ଷୟକ୍ଷତି ଆକଳନ କାର୍ଯ୍ୟକୁ ତୁରନ୍ତ କରାଇବା ପାଇଁ ନିର୍ଦେଶ ଦେଇଥିଲେ । ମିଳିତ ଭାବେ ତରଡିଙ୍ଗ, ସମସରପୁର ଓ ଇଚ୍ଛାପୁର ପଞ୍ଚାୟତ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ଜଳବନ୍ଦୀ ଓ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାରଗୁଡ଼ିକୁ ପ୍ରଶାସନର ସହଯୋଗରେ ସୁରକ୍ଷିତ ଭାବେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାବିତ ଲୋକଙ୍କ ନିମନ୍ତେ ଆବଶ୍ୟକ ରିଲିଫ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏପଟେ ଯେଉଁ ବିଭାଗ ପାଇଁ ସାପୁଆ ନଦୀବନ୍ଧ ଦୁର୍ବଳ ଓ କୋଟି କୋଟି ଟଙ୍କା କାଗଜ କଲମରେ ହରିଲୁଟ କରିଥିବା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ଦେଖା ନ ଥିଲା।ଆଉ କାର୍ଯ୍ୟାଳୟରେ ମଧ୍ୟ ଦେଖା ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଗ୍ରସ୍ତ ଓ ବନ୍ୟା ପରିସ୍ଥିତି କ୍ଷୟ କ୍ଷୟକ୍ଷତି ଆକଳନ ଅନୁଧ୍ୟାନ କରିବା ସମୟରେ ମଧ୍ୟ ଅନୁପସ୍ଥିତି ହେଲେ ଶୁଣୁଛି କିଏ ବୁଝୁଛି କିଏ।କାହା ସ୍ଵାର୍ଥରେ ଆଠଗଡ଼ ଜଳ ସମ୍ପଦ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ।