କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଦାବି କରିପାରିବେନି ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀ: ସୁପ୍ରିମକୋର୍ଟ!
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି! । ଉଚ୍ଚ ଶିକ୍ଷିତଙ୍କ ପାଇଁ ବଡ଼ ନିୟମ। କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଦାବି କରିପାରିବେନି ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀ ।ଯଦି ଏପରି କରାଯାଏ, ତେବେ ତାହା ପ୍ରକୃତ ଯୋଗ୍ୟ ଏବଂ କମ୍ ପଢ଼ିଥିବା ଗରିବ ପ୍ରାର୍ଥୀଙ୍କ ସୁଯୋଗକୁ ଛଡ଼ାଇ ନେବ। ଭଳି କାର୍ଯ୍ୟ ହେବ। ମାଡ୍ରାସ ହାଇକୋର୍ଟଙ୍କ ଏକ ପୁରୁଣା ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସିଣ୍ଡିକେଟ୍ ବ୍ୟାଙ୍କରେ ଜଣେ ପ୍ରାର୍ଥୀ ଦଶମ ଶ୍ରେଣୀ ଯୋଗ୍ୟତା ଥିବା ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଜର ଗ୍ରାଜୁଏସନ୍ ଡିଗ୍ରୀ ଲୁଚାଇ ଚାକିରି ପାଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟ ସାମ୍ନାକୁ ଆସିବା ପରେ ବ୍ୟାଙ୍କ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଏବେ ସଠିକ୍ ବୋଲି ଦର୍ଶାଇଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ଜଣେ ଆଦର୍ଶ ନିଯୁକ୍ତିଦାତା ଭାବରେ କମ୍ ଶିକ୍ଷିତ ବର୍ଗଙ୍କ ପାଇଁ କିଛି ପଦବୀ ସଂରକ୍ଷିତ ରଖିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ, ଯେପରି ସେମାନଙ୍କୁ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା କରିବାକୁ ନପଡ଼େ। ନିଜର ଉଚ୍ଚ ଶିକ୍ଷାକୁ ଲୁଚାଇ କୌଣସି ଚାକିରି ହାସଲ କଲେ, ତାହା ଆଇନ ଆଖିରେ ସମ୍ପୂର୍ଣ୍ଣ ଅବୈଧ ଅଟେ।ଆଜିକାଲି ଚାକିରି ବଜାରରେ ଉଚ୍ଚ ଶିକ୍ଷିତ ଯୁବକମାନେ ମଧ୍ୟ ପିଅନ ବା ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କରୁଛନ୍ତି । ଯାହା ଦ୍ଵାରା କମ୍ ପଢ଼ିଥିବା ଗରିବ ଶ୍ରେଣୀର ପିଲାମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି।