ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ମାନେ ଅର୍କକ୍ଷେତ୍ର କୋଣାର୍କ ପରିଦର୍ଶନ କରି ନିଖୁଣ କାରୁକାର୍ଯ୍ୟ ଦେଖି ବିମୋହିତ
ଭାରତ ୨୦୨୬ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ପୁରୀରେ ବିପର୍ଯ୍ୟୟ ବିପଦ ହ୍ରାସ ବୈଠକ ପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ବ୍ରାଜିଲ, ଚୀନ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଯୁକ୍ତ ଆରବ ଏମିରେଟ୍ସନ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ମାନେ ପୁରୀ ରୁ କୋଣାର୍କ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରର ପ୍ରତିନିଧି ମାନେ ଅର୍କକ୍ଷେତ୍ର କୋଣାର୍କ ରେ ପହଂଚି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ।

ଓଡିଶାର କଳା, ସଂସ୍କୃତି ଏବଂ ଭାସ୍କର୍ଯ୍ୟ କୁ ଅତି ପାଖରୁ ଏହି ବିଦେଶୀ ଅତିଥି ମାନେ ଦେଖିଛନ୍ତି। ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସମସ୍ତ ଅତିଥି ଭାବବିହ୍ଵଳ ହୋଇ କାରୁକାର୍ଯ୍ୟ ଅତ୍ୟଧିକ ପ୍ରଶଂସା କରିଥିଲେ।

୧୨ଶହ ବଢ଼େଇ ଙ୍କ ନିହାଣ ମୁନରେ ପଥର କୁ ଖୋଳି ଯେଉଁ ଭାସ୍କର୍ଯ୍ୟ କଳା ନିର୍ମାଣ କରାଯାଇଛି ତାହାକୁ ଏହି ଅନ୍ତ୍ରଜାତୀୟ ଅତିଥି ମାନେ ବେଶ ପ୍ରଶଂସା କରିଥିଲେ। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ
