ଶତାୟୁ ଧର୍ମପ୍ରାଣ ମହିଳାଙ୍କ ବିୟୋଗରେ ଶୋକ
ମାହାଙ୍ଗା -୩/୬ କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁର ଗ୍ରାମର ଶତାୟୁ ଧର୍ମପ୍ରାଣା ମହିଳା ପ୍ରଭାବତୀ ମହାନ୍ତିଙ୍କ ଦେହାନ୍ତ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ମେଳାପୀ ତଥା ଆଧ୍ୟାତ୍ମିକବାଦୀ ମହିଳା ଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହେବା ଦେଖିବାକୁ ମିଳିଥିଲା l ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପରେ ବିରୂପା ନଦୀ ତଟରେ ଥିବା ସ୍ମଶାନରେ ପ୍ରଭାବତୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ ପୁଅ ରବୀନ୍ଦ୍ର ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ମହେନ୍ଦ୍ର,ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଶବା ଧାରରେ ସାମିଲ ହୋଇଥିଲେ l ପ୍ରଫୁଲ୍ଲ ମହାନ୍ତି,ହେମନ୍ତ ମହାନ୍ତି, କାମିନୀ କାନ୍ତ ମହାନ୍ତି,ଅଖିଳେଶ ପଦ ମହାନ୍ତି,ବିଭୁଦତ୍ତ ମହାନ୍ତି, ଜିତେନ୍ଦ୍ର ମହାନ୍ତି,ଭାରତ ଭୂଷଣ ପଟ୍ଟନାୟକ,ଅମ୍ବିକା ପ୍ରସାଦ ପଟ୍ଟନାୟକ,ରମାକାନ୍ତ ପଣ୍ଡା,ହେମନ୍ତ କୁମାର ପ୍ରଧାନ,ସରୋଜ ମହାନ୍ତି, ଆଶୁତୋଷ ମହାନ୍ତି, ଧନଞ୍ଜୟ ମହାନ୍ତି, ଦୀପକ ରଞ୍ଜନ ଦାସ,ବିଶ୍ୱଜିତ ଦାସ, ଶୁଭଜିତ ଦାସ, ଦେବଦତ୍ତ ମହାନ୍ତି,ନିହାରିକା ମହାନ୍ତି,ଶରତ ଚନ୍ଦ୍ର ଦାସ, ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l