ଜୋନସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଗଣିଆ -(ବିଶ୍ୱରଂଜନ ସେଠି ) ଏକ ନମ୍ବର ଜୋନର ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ଗଣିଆ ଓ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦର ମିଳିତ ସହଯୋଗରେ ଜୋନସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ କ୍ରୀଡ଼ା ପ୍ରାଙ୍ଗଣରେ ସମାପନ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଗଣ୍ଠିଆ, ରଂଜନ ଗଣ୍ଠିଆ, ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତ ଓ ଜଗଦିଶ ମିଶ୍ର, କ୍ରୀଡ଼ା ଶିକ୍ଷକ ବିକାଶ କୁମାର ମଲ୍ଲ ଓ ଶୁଭ୍ରଦର୍ଶନ ପଣ୍ଡା, ଉପସ୍ଥିତ ଥିଲେ । ଅତିଥିମାନେ ଅନୁଷାଠାନିକଭାବେ ରିବନକାଟି କ୍ରୀଡ଼ା ଉଦଘାଟନ କରିଥିଲେ । ପ୍ରଥମେ କ୍ରୀଡ଼ା ପ୍ରତିଯୋଗିତା ପାଇଁ ସମସ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ବନ୍ଧୁତ୍ୱପୁର୍ଣ୍ଣଭାବେ ଖେଳରେ ଅଂଶଗ୍ରହଣ କରିବା ସହିତ ଖେଳକୁ ଉପଭୋଗ କରିବାକୁ ଅତିଥି ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପ୍ରତୀଯୋଗୀ ନିଜ ନିଜ ମଧ୍ୟରେ ସହଯୋଗ, ଭାଇଚାରା ଓ କ୍ରୀଡ଼ାସୁଲଭ ମନୋଭାବ ନେଇ ଖେଳିବା ପାଇଁ ପ୍ରତିଯୋଗୀମାନଙ୍କୁ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରାଉତ ଉପଦେଶ ଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ କବାଡ଼ି, ଭଲିବଲ,ଖୋଖୋ, ବ୍ୟାଡମିଂଟନ, ଯୋଗ, ଚେସ, ଆଦି ବଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା । ଉକ୍ତ କ୍ରୀଡ଼ାକୁ କ୍ରୀଡ଼ା ଶିକ୍ଷକ ବିକାଶ ମଲ୍ଲ ଓ ଶୁଭ୍ରଦର୍ଶନ ପଣ୍ଡା ସୁପରିଚାଳନା କରିଥିବାବେଳେ ବିଦ୍ୟାଳୟର ଜେଆରସି ଓ ସ୍କାଉଟ ଗ୍ରୁପର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଆଜିତ କୃତିୀ ପ୍ରତିଯୋଗୀମାନେ ଚଳିତ ମାସ ୧୯ ତାରିଖରେ ବ୍ଳକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୁଚନା ମିଳିଛି ।