ପ୍ରବୀଣ ଶିକ୍ଷାବିତ ବଟକୃଷ୍ଣ ଦାଶଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା -୧0/୯ )ପ୍ରବୀଣ ଶିକ୍ଷାବିତ, ସାହିତ୍ୟ ସଂସ୍କୃତି ଅନୁରାଗୀ ପୁରୁଷ, ଛାଣିପୁର ହାଇସ୍କୁଲର ଅବସରପ୍ରାପ୍ତ ସୁନାମଧନ୍ୟ ସହକାରୀ ଶିକ୍ଷକ ବଟକୃଷ୍ଣ ଦାଶଙ୍କ ଦ୍ଵାଦଶାହ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କୋଠପଦା ଠାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ସଂଯୋଜନା ଆୟୋଜିତ ଏହି ସ୍ମୁତି ସଭାରେ ଶିକ୍ଷାବିତ କୈଳାସ ଚନ୍ଦ୍ର ବଳବନ୍ତରାୟ, ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ପୂର୍ବତନ ପ୍ରଧାନଶିକ୍ଷକ ଶାନ୍ତିଲତା ରାୟ,ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି,ଡକ୍ଟର ଭାବଗ୍ରାହୀ ରାଉତ,କବି ପ୍ରଶାନ୍ତ କୁମାର କର,ଶିକ୍ଷାବିତ ବଟ କିଶୋର ପଣ୍ଡା, ଶିକ୍ଷାବିତ ରତ୍ନାକର ମହାନ୍ତି,ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ପତି,ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ,ସମାଜସେବୀ ଅଫସର ତୁଲ୍ଲା,ଡକ୍ଟର ସୁଧୀର ଚରଣ ସାମଲ,ପ୍ରଭାକର ଦାସ,ପଣ୍ଡିତ ବିଜୟ କୁମାର ଦାସ, ଶିକ୍ଷାବିତ ପ୍ରତାପ କିଶୋର ନାୟକ, କୃଷ୍ଣଚନ୍ଦ୍ର ବାରିକ,ପୂର୍ବତନ ସରପଞ୍ଚ ସୁବାସ ବେହେରା, ଗୟାଧର ସାହୁ, ପ୍ରବଚକ ଶୁକଦେବ ସ୍ୱାଇଁ, ଚୈତନ୍ୟ ପାଣି,ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାଶ ଏକାଧାରରେ ଜଣେ ସଂସ୍କୃତି ପ୍ରେମୀ, ବିଦ୍ୱାନ,ଯଶ୍ୱସୀ ପୁରୁଷ ଭାବେ ଅଭିଭକ୍ତ କଟକ ଜିଲ୍ଲାରେ ବେଶ ପରିଚିତ ଥିଲେ ବୋଲି ମତବ୍ୟକ୍ତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ପ୍ରାରମ୍ଭରେ ପୁତ୍ର କିଶୋର ଚନ୍ଦ୍ର ଦାଶ ସ୍ବର୍ଗତ ବଟକୃଷ୍ଣଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ l
ଏହି ସ୍ମୁତି ଉତ୍ସବକୁ ଅନ୍ତ ଚରଣ ସାହୁ, ବିଗ୍ନରାଜ ଦାଶ, ସିଦ୍ଧରାଜ ଦାଶ, ବିଶ୍ୱଜିତ ମିଶ୍ର, ବିଜୟ କୁମାର ଦାଶ,ସୁବାସ ବେହେରା, ଗୟାଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ l