ଦୀଘା ମନ୍ଦିର ଏଣିକି ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’
ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଇଛନ୍ତି।ଏଣିକି ସମଗ୍ର ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାଁରେ ପରିଚିତ ହେବ । ସେହିପରି ମନ୍ଦିରର ନାଁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ରଖାଯାଇଛି ।ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପବିତ୍ର ଶ୍ରୀଜଗନ୍ନାଥ ଧାମ ପୁରୀ ପ୍ରତି ମୋର ଗଭୀର ସମ୍ମାନ ରହିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ନେଇଥିବା ଏହି ତ୍ୱରିତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସଂଶୋଧିତ ନାଁ ମନ୍ଦିରର ଧାର୍ମିକ ପବିତ୍ରତାକୁ ଉପଯୁକ୍ତ ଭାବେ ପ୍ରତିଫଳିତ କରିବା ସହ ସମଗ୍ର ପରିସରର ବ୍ୟାପକ ସାଂସ୍କୃତିକ ପରିଚୟକୁ ସ୍ୱୀକାର କରୁଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି ନିଷ୍ପତ୍ତିକୁ ଭକ୍ତମାନେ ସ୍ୱାଗତ କରିବା ସହ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘକାଳୀନ ସାଂସ୍କୃତିକ ସମ୍ପର୍କ, ପାରସ୍ପରିକ ସମ୍ମାନ ଓ ସଦଭାବ ଆହୁରି ମଜବୁତ ହେବ ବୋଲି ଆଶାପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।