ପ୍ରଥମ ଥର ମହାକାଶକୁ ଗଲେ ପାକିସ୍ତାନୀ ମହାକାଶଚାରୀ
ମହାକାଶରେ ନୂଆ ଇତିହାସ ରଚିଲା ଚୀନ୍! ମହାକାଶକୁ ଗଲେ ପାକିସ୍ତାନୀ ମହାକାଶଚାରୀ।ଚୀନ୍ ପକ୍ଷରୁ ତିନିଜଣ ମହାକାଶଚାରୀଙ୍କୁ ନେଇ ‘ସେନଝୋଉ-୨୪’ ମାନବବାହୀ ମହାକାଶଯାନର ସଫଳ ଉତକ୍ଷେପଣ କରାଯାଇଛି। ବଡ଼ କଥା ହେଉଛି, ଏହି ଦଳରେ ପାକିସ୍ତାନୀ ନାଗରିକ ମହମ୍ମଦ ଜିଶାନ ଅଲ୍ଲୀ ସାମିଲ ଅଛନ୍ତି, ଯିଏକି ଚୀନର ନିଜସ୍ୱ ‘ତିଆଙ୍ଗଙ୍ଗ’ ମହାକାଶ ଷ୍ଟେସନ ପରିଦର୍ଶନ କରିବାରେ ପ୍ରଥମ ବିଦେଶୀ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିଛି।ମିଶନ୍ କ୍ରୁରେ କମାଣ୍ଡର ଟାଙ୍ଗ ହୋଙ୍ଗବୋ, ଫ୍ଲାଇଟ୍ ଇଞ୍ଜିନିୟର ଉ ୟି ଏବଂ ଅଲି ଅନ୍ତର୍ଭୁକ୍ତ। ଜିଶାନ ଅଲି ଚୀନରେ ଟିଆଙ୍ଗୋଙ୍ଗ ସ୍ପେସକ୍ରାଫ୍ଟର ପରିଦର୍ଶନ କରିଥିବା ପ୍ରଥମ ବିଦେଶୀ ମହାକାଶଚାରୀ ହେବେ। ସେ କକ୍ଷପଥରେ ପ୍ରାୟ ଏକ ସପ୍ତାହ ବିତାଇବା ପରେ ସେନଝୋଉ-୨୩ ସ୍ପେସକ୍ରାଫ୍ଟରେ ପୃଥିବୀକୁ ଫେରିବେ।ଚୀନର ମାନବବାହୀ ମହାକାଶ କାର୍ଯ୍ୟକ୍ରମରେ କୌଣସି ବିଦେଶୀ ନାଗରିକ ସାମିଲ ହେବା ଏହା ପ୍ରଥମ ଘଟଣା।