ଆଜି ଓଡ଼ିଶା ଗସ୍ତର ଶେଷ ଦିନ, ହୋମିଓପାଥି ମେଡିକାଲ କଲେଜ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଗତକାଲି କଟକରେ ଐତିହାସିକ ବାଲିଯାତ୍ରା ମହୋତ୍ସବର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି। ଏହାପରେ ଲୋକଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି। ଆଜି ଭୁବନେଶ୍ୱରରେ ରହିଛି ତାଙ୍କର କାର୍ଯ୍ୟକ୍ରମ।ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ନଜର ରହିବ ।କାର୍ଯ୍ୟକ୍ରମ ଶେଷ ପରେ ଆଜି ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।