ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଟକ, ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଅଟକ । ବିବାହ କରିବା ଆଳରେ ୫ ଲକ୍ଷ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ।ଅଭିଯୁକ୍ତ ହେଉଛନ୍ତି ରାକେଶ କୁମାର ପାଢ଼ୀ I ରାକେଶ ଜଣେ ପ୍ରଡ୍ୟୁସର, ଆକ୍ଟର ସହ ଜଣେ ବ୍ୟବସାୟୀ ହୋଇଥିବା ତାଙ୍କ ସୋସିଆଲ ମିଡ଼ିଆରେ ସେ ମେନସନ କରିଛନ୍ତି। ରଘୁନାଥପୁର ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ସେ ରହୁଥିବା ବେଳେ ତାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ମୋବାଇଲ ସହ ଦାମୀ ଜିନିଷ ଜବତ ହୋଇଛି ।ଅଭିଯୋଗ ଅନୁସାରେ, ଏକ ପାର୍ଟିରେ ପୀଡ଼ିତାଙ୍କ ସହ ରାକେଶଙ୍କ ଦେଖା ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ସମ୍ପର୍କ।ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ରାକେଶ। ଶେଷରେ ନ୍ୟାୟ ପାଇଁ ଭରତପୁର ଥାନାରେ ପହଞ୍ଚିଥିଲେ ପୀଡ଼ିତା। ଅଭିଯୋଗ ଆଧାରରେ ଏବେ ପୋଲିସ ତଦନ୍ତ ଜାରି ରଖିଛି।