ପଦ୍ମଶ୍ରୀ ଡାକ୍ତର ପ୍ରଫେସର ଅଶୋକ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ପରେ ଦିଲ୍ଲୀ ଏମ୍ସରେ ଜାରି ରହିଛି ଚିକିତ୍ସା। ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ଅଶୋକ ମହାପାତ୍ର। ବ୍ରେନ ଟ୍ୟୁମରରେ ପୀଡ଼ିତ ହେବା ପରେ ସେ ଦିଲ୍ଲୀ ଏମ୍ ସରେ ଭର୍ତ୍ତି ହୋଇଛନ୍ତି।  ୨୭ ସେପ୍ଟେମ୍ବରରୁ ସେ ଦିଲ୍ଲୀ ଏମ୍ ସର ନ୍ୟୁରୋ ସର୍ଜରୀ ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ ରହିଛନ୍ତି।  ବରିଷ୍ଠ ପ୍ରଫେସର ନ୍ୟୁରୋ ସର୍ଜନ  ଆଶିଷ ସୁରୀଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସାଧୀନ ଅଛନ୍ତି।୨୦୨୪ରେ ସମ୍ମାନଜନକ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଅସ୍ତ୍ରୋପଚାର କରି ଉଭୟଙ୍କୁ ଅଲଗା କରିବା ସହ ଏକ ନୂଆ ଜୀବନ ଦେଇଥିଲେ ଡାକ୍ତର ମହାପାତ୍ର।