ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ପାଞ୍ଚଟି ଦେଶ ଗସ୍ତରେ ବାହାରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାରଠାରୁ ବିଦେଶ ଗସ୍ତରେ ରହିବେ । ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁଯାୟୀ, ଏହି ୬ ଦିନିଆ ଯାତ୍ରାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯିବେ ।ଏହି ସମୟରେ ଏକାଧିକ ବାଣିଜ୍ୟିକ ଚୁକ୍ତି ସହ ମୁଝାମଣା ପତ୍ର ସ୍ବାକ୍ଷରିତ ହେବ।ଏହାସହ ଦ୍ବିପାକ୍ଷିକ ଆଲୋଚନା ଓ ଶିଖର ସମ୍ମିଳନୀରେ ସାମିଲ ହେବେ ପିଏମ୍। ମେ’ ୧୫ରେ ୟୁଏଇ ଗସ୍ତ କରି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବେ। ପରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ନେଦରଲ୍ୟାଣ୍ଡ ଗସ୍ତରେ ଯିବେ।

ଏହାପରେ ସ୍ୱିଡେନ ଗସ୍ତ କରି ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନଙ୍କୁ ଭେଟିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପିଏମ୍ ମୋଦି ନରୱେ ଯିବା ସହ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ନରୱେ ଗସ୍ତ । ଗତ ୪୩ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିବେ ।