ଆଜି ପ୍ରକାଶ ପାଇପାରେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ
ଆଜି ଆସିପାରେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ । ମଧ୍ୟାହ୍ନ ୧୨ଟାରେ ଫଳ ବାହାରିବା ପରେ ପରୀକ୍ଷାର୍ଥୀମାନେ ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ ।ଏଥିସହ ଡିଜିଲକର୍ ଓ ଉମଙ୍ଗ୍ ଆପ୍, ଆଇଭିଆର୍ଏସ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ ।ସୂଚନାନୁଯାୟୀ, ଗତମାସ CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା ହୋଇଥିଲା । ମେ ୧୫ରୁ ୨୧ ତାରିଖ ଯାଏ ଚାଲିବ ଏହି ପରୀକ୍ଷା । ସକାଳ ୧୦:୩୦ ରୁ ୧:୩୦ ଯାଏ ପରୀକ୍ଷା ହେବା ନେଇ ସମୟ ନିର୍ଘଣ୍ଟ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE କରିଛି ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି । ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ । ଏହି ସୁଯୋଗ ଛାତ୍ରଛାତ୍ରୀଙ୍କୁ ୩ ଟି ବିଷୟ ପାଇଁ ସୁଯୋଗ ମିଳିବ । ସେଥି ମଧ୍ୟରୁ ଗୋଟିଏ ଲାଙ୍ଗୁଏଜ ଓ ଦୁଇଟି ଅନ୍ୟ ବିଷୟ ଅନ୍ତର୍ଭୁକ୍ତ ।