ବରଗଡ଼ ଧନୁଯାତ୍ରା ପାଇଁ ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହେବ
ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ସୁଶିଲ ମେହେର ଆସନ୍ତା ଧନୁଯାତ୍ରାରେ ଅଭିନୟରୁ ଅବ୍ୟାହତି ନେବା ପାଇଁ ଗତ ସୋମବାର ଧନୁଯାତ୍ରା ମହୋତ୍ସବ ସମିତିକୁ ଲିଖିତ ଭାବେ ଜଣାଇଥିଲେ। ସେ ଅଭିନୟରୁ ଓହରିବା ପରେ ପ୍ରଶାସନ ଓ ସମିତି ପକ୍ଷରୁ ନୂଆ କଂସ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି।ଆଶାୟୀ କଳାକାରମାନେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ ଏବଂ ନଭେମ୍ବର ମାସ ଶେଷ ସପ୍ତାହରେ କଂସ ଚରିତ୍ର ପାଇଁ ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଶେଷ ହେବ।ବୁଧବାର ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କଳାକାର ଉପଦେଷ୍ଟା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।