୧୮ରୁ ୧୭ତମ ବିଧାନସଭାର ୮ମ ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ
ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର 17 ତମ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର 18 ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ।ନଭେମ୍ବର ୩୦ରେ ଅତରିକ୍ତ ବଜେଟ୍ ଉପରେ ବିନିଯୋଗ ବିଧେୟକ ଆଗତ ହେବ। ଆଜି (ବୁଧବାର) ଏନେଇ ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁସାରେ, ଏହି ୧୩ ଦିନିଆ ଅଧିବେଶନରେ ନଭେମ୍ବର ୨୨, ୨୪, ୨୮, ୨୯, ଡିସେମ୍ବର ୬, ଡିସେମ୍ବର ୧୨ ଓ ୧୩, ୨୦, ୨୫, ୨୬ ଓ ୨୭ ତାରିଖ ବନ୍ଦ ରହିବ। ଏହା ମଧ୍ୟରେ ନଭେମ୍ବର ୨୦, ଡିସେମ୍ବର ୪, ୧୧, ୧୮, ୨୯ ଓ ୩୧ ତାରିଖରେ ବେସରକାରୀ ସଦସ୍ୟ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ବିଧାନସଭା ସମୁଦାୟ ୩୩ ଦିନ ଚାଲିବ ଏବଂ ଏହା ମଧ୍ୟରୁ ୨୫ ଦିନ ସରକାରୀ କାର୍ଯ୍ୟ ଦିବସ ରହିଛି।