ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ପଦଯାତ୍ରା, ଜଳସଂରକ୍ଷଣ ଓ ମାଟି ବଂଚାଓ ନାରା ଦେଇ ଚାଷୀଙ୍କୁ କଲେ ସଚେତନତା।
ଆଠଗଡ ୧୦/୦୧(ମାନସ ରଞ୍ଜନ ସାହୁ) ମାଟି ବଞ୍ଚାଓ ଆନ୍ଦୋଳନକୁ ଜନାଭିମୁଖୀ କରିବା। ମାଟି ବଞ୍ଚିଲେ କୃଷକ ବଞ୍ଚିବ ,ଜଳ ସଂରକ୍ଷଣ କରିଲେ ଜୀବନ ବଞ୍ଚିବ। ମୃତ୍ତିକା ବଞାଅ ,ଜଳସଂରକ୍ଷଣ ବାର୍ତ୍ତାକୁ ଗ୍ରାମ ଗ୍ରାମରେ ପହଞ୍ଚାଇବା। ମାଟି ସୁସ୍ଥ ରହିଲେ, ଗଛ ସୁସ୍ଥ ରହିବ, ଗଛ ସୁସ୍ଥ ରହିଲେ ଚାଷୀ ସୁସ୍ଥ ତଥା ପରିଶେଷରେ ଅଞ୍ଚଳ , ରାଜ୍ୟ , ଦେଶ ତଥା ବିଶ୍ବ ସୁସ୍ଥ ରହିବ ବୋଲି ଓଡିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକାର ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା (ଆଇ ଏ ଏସ ) ପ୍ରକାଶ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ସର୍ପେଶ୍ବର ମନ୍ଦିର ଠାରୁ ଆରମ୍ଭ ହୋଇ ଅନନ୍ତପୁର ଗ୍ରାମକୁ ଯାଇଥିଲା। ପଦଯାତ୍ରାରେ ନିର୍ଦ୍ଦେଶ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ବକ୍ତବ୍ୟ ପ୍ରକାଶ କରିବା ସହ ଚାଷୀ ଓ ଗ୍ରାମବାସୀଙ୍କ ସହ ପ୍ରାୟ ଏକ କିଲୋମିଟର ରାସ୍ତାରେ ପଦଯାତ୍ରା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଅନନ୍ତପୁର ଠାରେ ବିଭାଗ ତରଫରୁ ସଫଳ ଚାଷୀ ଡମ୍ବରୁ ସାହୁଙ୍କ କ୍ଷେତ୍ର ପୋଖରୀ ପରିଦର୍ଶନ କରିଥିଲେ। ଏହି ପୋଖରୀରେ ଜଳ ସଂରକ୍ଷଣ ରହିବା ସହ ପୋଖରୀରେ ମାଛଚାଷ ସହ ବିଭିନ୍ନ ପ୍ରକାର ଫସଲ କୋବି, ବିନ ପ୍ରଭୂତି ଫସଲ ଉତ୍ପାଦିତ ହୋଇ ପାରିଛି। ଏହି ପ୍ରକଳ୍ପ ମାଧ୍ୟମରେ ୧୦ ଜଣ ଚାଷୀ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ସେହିପରି ଆଠଗଡ ବ୍ଲକରେ ବେଣ୍ଟପଦା, ମେଘା ତଥା ଅନ୍ୟ ଅଞ୍ଚଳରେ ବିଭାଗ ତରଫରୁ ହେଉଥିବା ପ୍ରକଳ୍ପର ସମୀକ୍ଷା ଆଠଗଡସ୍ଥିତ କାର୍ଯ୍ୟାଳୟରେ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶାନ୍ତି ମାଝୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଡଃ ମନିଷା ରାଉତ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ।