ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ୨୦୨୬ ର ଶ୍ରେଷ୍ଠ ଅଧକ୍ଷଭାବେ ସମ୍ମାନୀତ
ଜଗତସିଂହପୁର ତା 27/8/26ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ ଡକ୍ଟର ଅଜୟ କୁମାର ମୁଦୁଲିଙ୍କୁ ଚଳିତ ବର୍ଷ ୨୦୨୬ର ଶ୍ରେଷ୍ଠ ଅଧକ୍ଷଭାବେ ଚୟନ କରାଯାଇ ସମ୍ନାନୀତ କରାଯାଇଛି |ଜାତୀୟ ଶିକ୍ଷା ପରିଷଦର ଏ ଆଇ ଲୋଗୋ ଉନ୍ମୋଚନ ଓ ରୋବୋଟିକ ସମିଟ ତା ୨୬/୦୮/୨୬ରେ କଲିକତା ସ୍ଥିତ ଆଇ,ସି,ସି, ଆର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା |ଏଥିରେ ପଦ୍ମଶ୍ରୀ ସ୍ୱାମୀ ପ୍ରଦୀପ୍ତାନନ୍ଦ ଜୀ ଉଦଘାଟକ,ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିଭାବେ ସୁଭେନ୍ଦୁ ସରକାର, ମୁଖ୍ୟଅତିଥି,ସମ୍ନାନୀତ ଅତିଥିଭାବେ ଆଚାର୍ଯ୍ୟ ସଞ୍ଜୟ ଶାସ୍ତ୍ରିଜୀ,ଯୋଧପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚୌଧୁ୍ରିଜୀ, ପଶ୍ଚିମବଙ୍ଗ ସରକାରଙ୍କ କୃଷି ନିର୍ଦେଶକ ,ଶିକ୍ଷା ନିର୍ଦେଶକ ଆଇ ଆଇଟି, ଖଡ଼ଗପୁର ଭୁବନେଶ୍ୱର ର ପ୍ରଫେସର ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ |ଭାରତୀୟ ପରମ୍ପରା ରେ ଶିକ୍ଷାଗୁରୁ ଓ ଜ୍ଞାନଗୁରୁଙ୍କ ଭୂମିକାକୁ ଆଲୋଚନା କରିଥିଲେ |ଶିକ୍ଷା ପ୍ରକ୍ରିୟାରେ କିପରି ଏ. ଆଇ ଓ ରୋବୋଟିକ ର ପ୍ରସାର ପାଇଁ କାର୍ଯ୍ୟକର୍ମ ପ୍ରସ୍ତୁତ କରିବା ଓ ସଚେତନତା ସୃଷ୍ଟି କରିବା, ସମସ୍ତେ ତରପରତା ହେବାକୁ ବକ୍ତାମାନେ ଉପଦେଶ ଦେଇଥିଲେ |ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଙ୍କୁ ଶିକ୍ଷାୟତନରେ ଶୃଙ୍ଖଳା, ଆଧ୍ୟାତ୍ମିକ ପରିବେଷ୍ଟିନୀ ଓ ଶିକ୍ଷା ବ୍ୟବସ୍ଥା ରେ ଦୃଢ଼ ଓ ଶୃଙ୍ଖଳିତ ନେତୃତ୍ୱ କୁ ବିଚାରପତି ଙ୍କ ଦ୍ୱାରା ଶ୍ରେଷ୍ଠତା ମନୋନୀତ କରାଯାଇ ଶ୍ରେଷ୍ଠ ଅଧକ୍ଷ୍ୟ ଭାବେ ସମ୍ମାନୀତ କରାଯାଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ