ଆଜି ଭାରତୀୟ ବଜାରରେ ସବୁ ରେକର୍ଡ ଭାଙ୍ଗିଲା ସୁନାଦର!
ସବୁ ରେକର୍ଡ ଭାଙ୍ଗିଲା ସୁନାଦର!୨ ଲକ୍ଷ ମୁହାଁ ୨୪ କ୍ୟାରେଟ୍ ସୁନାଦର। ଦେଢ଼ ଲକ୍ଷ ବି ଟପି ସାରିଛି ୨୨ କ୍ୟାରେଟ୍ ଗୋଲ୍ଡ। ଲଗାତର ହ୍ରାସ ଓ ବୃଦ୍ଧି ଭିତରେ ପୁଣି ଥରେ ଲଙ୍ଗଜମ୍ପ ମାରିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୯୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୯,୪୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୯,୪୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୦,୦୦୦ ଟଙ୍କା ହୋଇଛି ।ଅନ୍ୟପଟେ ସୁନା ପରି ରୁପା ଦର ମଧ୍ୟ ବେଶ୍ ଚମକୁଛି। ସୁନାଦର ପରି ହୁ ହୁ ବଢୁଛି ରୁପା ଦର। ବେଶ୍ କିଛି ଦିନ ହେବ ୨ ଲକ୍ଷ ୫୦ ହଜାର ଭିତରେ ସୀମିତ ରହୁଥିବା ରୁପା ଏବେ ୩ ଲକ୍ଷ ମୁହାଁ ହେଲାଣି। ଲାଗାତର ରୁପା ଗ୍ରାଫ୍ ବି ଉପର ତଳ ମୁହାଁ ହେବା ପରେ ଏବେ ରୁପା କେଜି ୨ ଲକ୍ଷ ୬୫ ହଜାର ଟଙ୍କା ହୋଇଛି।