୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା
ଆସିଲା ୨୦୨୭ର ସରକାରୀ ଛୁଟି ତାଲିକା୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରାଯାଇଛି । ଆସନ୍ତାବର୍ଷ ମୋଟ୍ ୨୯ଟି ଛୁଟି ମିଳିବ । ୬ଟି ଛୁଟି ଦ୍ଵିତୀୟ ଓ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକ ଘୋଷଣା କରାଯାଇ ନାହିଁ । ଏହା ବାଦ୍ ୪ଟି ଅପ୍ସନାଲ୍ ଛୁଟି ତାଲିକା ଜାରି ହୋଇଛି ।

ବିଭାଗର ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି, ଗଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ମହାଶିବରାତ୍ରୀ, ଇଦ୍ ଉଲ୍ ଫିଦର, ଦୋଳ ପୂର୍ଣ୍ଣିମା, ହୋଲି, ଗୁଡ୍ ପ୍ରାଇଡେ, ଉତ୍କଳ ଦିବସ, ମହାବିଷୁବ ସଂକ୍ରାନ୍ତି, ଶ୍ରୀରାମ ନବମୀ, ଇଦ୍ ଉଲ୍ ଜୁହା, ବୁଦ୍ଧଦେବ ଜୟନ୍ତୀ, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ରଜ ସଂକ୍ରାନ୍ତି, ମହରମ୍, ରଥଯାତ୍ରା, ଝୁଲଣା ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଗଣେଷ ପୂଜା, ନୂଆଖାଇ ପରଦିନ, ମହାଳୟା, ଗାନ୍ଧୀ ଜୟନ୍ତୀ, ମହା ସପ୍ତମୀ, ମହା ଅଷ୍ଟମୀ, ମହା ନବମୀ, କୁମାର ପୂର୍ଣ୍ଣିମା, ଦୀପାବଳିକୁ ମିଶାଇ ମୋଟ ୨୯ଟି ଛୁଟି ରହିଛି ।ସେହିପରି ଅପ୍ସନାଲ୍ ଛୁଟି ଭାବେ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନ, ବାହୁଡ଼ା ଯାତ୍ରା, ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ, ଖ୍ରୀଷ୍ଟମାସ ପୂର୍ବଦିନକୁ ମିଶାଇ ୪ଟି ଛୁଟିରୁ ଯେକୌଣସି ଗୋଟିଏ ଦିନକୁ ବାଛିପାରିବେ ।