ଘୁଞ୍ଚିବନି ଓସିଏସ୍ ପରୀକ୍ଷା: ରାଜସ୍ୱ ମନ୍ତ୍ରୀ
ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେନେଇ ଚିନ୍ତାରେ ଅଛନ୍ତି।ଅକ୍ଟୋବର ୩୧ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓସିଏସ୍ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ।ତେବେ ଓସିଏସ୍ ମୁଖ୍ୟ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତାଙ୍କ କହିବା ଅନୁଯାୟୀ, ଥରେ ପରୀକ୍ଷା ଘୁଞ୍ଚାଗଲେ ପୁଣିଥରେ ପରୀକ୍ଷା ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ। ଏହାଦ୍ୱାରା ରାଜ୍ୟର ଅନ୍ୟ ଜିଲ୍ଲାର ଶତାଧିକ ପରୀକ୍ଷାର୍ଥୀ ମଧ୍ୟ ଅସୁବିଧାରେ ପଡ଼ିବେ। ଆମେ ହିସାବ କରିଛୁ ଗଞ୍ଜାମ ରୁ ପ୍ରାୟ ୩୨୫ ପରୀକ୍ଷାର୍ଥୀ ଅଛନ୍ତି ଏବଂ ଅନ୍ୟ ପ୍ରଭାବିତ ସ୍ଥାନରେ ପ୍ରାୟ ଶହେ ପରୀକ୍ଷାର୍ଥୀ ଅଛନ୍ତି। ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ସରକାରଙ୍କର। ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବେ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ।