ଭଦ୍ରକରେ ନକଲି ସର୍ଫ କାରଖାନା ଠାବ, ବଡ଼ ବଡ଼ ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ସର୍ଫ ତିଆରି

ଭଦ୍ରକରେ ନକଲି ସର୍ପ କାରଖାନା ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ବଜାର ନିକଟ ଚାଲିଥିଲା ଏକ ନକଲି ସର୍ପ କାରଖାନା । ରାଣିତାଲ ବଜାର ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏହି କାରଖାନା ଉପରେ ରାତି ଅଧିଆ ଚଢ଼ାଉ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ପୋଲିସ ଚଢ଼ାଉ କରିବା ଖବର ପାଇ କାରଖାନାରେ ତାଲା ପକାଇ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ପୋଲିସ୍ ସେଠାରୁ ବିପୁଳ ପରିମାଣରେ କଞ୍ଚାମାଲ ସହ ନାମୀ ଦାମୀ ବ୍ରାଣ୍ଡର ଜରି ଜବତ କରିଛି ଓ ଗୋଦାମ କୁ ସିଲ୍ କରିଛି ।କାରଖାନା ଭିତରେ କଞ୍ଚାମାଲ, ମେସିନ୍ ଓ କେମିକାଲ ଥିବାବେଳେ ଏବେ ଘରେ ତାଲା ପଡ଼ିଛି। ପୋଲିସ ସେଠାରେ ଜଗି ରହିଛି। ଆଜି ଘର ଖୋଲାଯାଇ ଅଧିକ ତଦନ୍ତ କରାଯିବ। ଏହି ନକଲି କାରବାର ପଛରେ ଥିବା ମାଲିକଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।