ଚାଷୀଙ୍କ ପାଇଁ ଖୁସି ଖବର: ଆକାଉଣ୍ଟକୁ ଗଲା ଟଙ୍କା
ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି।ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।ବିନା କୌଣସି ମଧ୍ୟସ୍ଥତାରେ ଚାଷୀମାନଙ୍କୁ ସିଧାସଳଖ ସେମାନଙ୍କ ହକ୍ ଟଙ୍କା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।