ଗଞ୍ଜାମ ଓ ଗଜପତିରେ ହୋଇଛି ବ୍ୟାପକ କ୍ଷୟକ୍ଷତି, ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ‘ଅର୍ଣ୍ଣବ’ । ଏହା ପ୍ରଭାବରେ ଭାସୁଛି ଗଞ୍ଜାମ ଓ ଗଜପତି । ଗଞ୍ଜାମ ଓ ଗଜପତିରେ ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ ।ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । ହେଲେ ବାତ୍ୟା ପ୍ରଭାବରେ ବର୍ଷା ଓ ବନ୍ୟା ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛି |ବ୍ରହ୍ମପୁରରେ ଜଳବନ୍ଦୀ ସ୍ଥିତି, ଜନଜୀବନ ପ୍ରଭାବିତ ହୋଇଛି |