୧ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଫୁଲନଖରା ଡେପୁଟି ରେଞ୍ଜର।

ଆଜି ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରା ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଅଭିଯୋଗ ଅନୁସାରେ, ଫୁଲନଖରା ରେଞ୍ଜ ଅଧୀନରେ ୩ଟି ପ୍ଲାଣ୍ଟେସନ ସାଇଟର ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଜଗୁଆଳି, ପାଣି ଓ ସାର ବାବଦ ବିଲ ପାସ କରିବା ପାଇଁ ସେ ସେହି ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ଆଗାମୀ ମାସର ବିଲ ପାସ କରିବେନି ବୋଲି ଧମକ ମଧ୍ୟ ଦେଇଥିଲେ। ଏନେଇ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଆଜି ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିରୁ ତାଙ୍କ ସହ ଜଡିତ ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଭିଜିଲାନ୍ସ ସେଲ ଥାନା କେସ ନଂ ୦୯/୨୮.୧୦.୨୦୨୬ ରୁଜୁ ହୋଇଛି।