Browsing Category

ଆଜିର ଖବର

ଅଶ୍ଳୀଳ ଭିଡିଓ ଭାଇରାଲ ସସପେଣ୍ଡ ହେଲେ କର୍ଣ୍ଣାଟକ ଡିଜିପି

କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ରାମଚନ୍ଦ୍ର ରାଓଙ୍କ କିଛି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବ୍ୟାଡମିଣ୍ଟନରୁ ଅବସର ନେଲେ  ଅଲିମ୍ପିଆନ୍‌ ସାଇନା ନେହ୍ବାଲ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି

ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା,ପ୍ଲାଷ୍ଟିକ୍ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର ।

ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍‌ଆଇ/ଏସ୍‌ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍‌ ପୁଲିସ ଅଫିସର୍‌(ଏସ୍‌ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ

ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ।

ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ।  ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜମି ସମସ୍ୟା ଦୂର କରାଯିବ 

ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୩୦ଟି ରାଜ୍ୟ ସଭାପତିଙ୍କ ନିର୍ବାଚନ ସମ୍ପୂର୍ଣ୍ଣ ହେବା ପରେ ଜାତୀୟ

ଆଗାମୀ କିଛି ଦିନ ମଧ୍ୟରେ ପାରଦ ପ୍ରାୟ ୫ ଡିଗ୍ରୀ ବୃଦ୍ଧି ପାଇବ

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ରାତିର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଦିନ ମଧ୍ୟରେ ପାରଦ ପ୍ରାୟ ୫ ଡିଗ୍ରୀ ବୃଦ୍ଧି ପାଇବ । ଏହା

୨୪ ଅଭିଯୋଗରୁ ୫ଅଭିଯୋଗ ତୁରନ୍ତ ସମାଧାନ କଲେ ଜିଲ୍ଲାପାଳ

ଗଣିଆ -ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୨୪ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ମଧୁମିତା ରଥ, ଏହି

ସୋସିଆଲ୍ ମିଡିଆରେ ଶ୍ରୀଜିଉଙ୍କ ଏଆଇ ଫଟୋ–ଭିଡିଓକୁ ନେଇ ଅସନ୍ତୋଷ

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା

ଭିତର କନିକାରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା, ସଂଖ୍ୟା ୧୮୫୮କୁ ବୃଦ୍ଧି

ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ