ଅଟୋ ସହିତ ୬୦ଟି ବିଅର ବୋତଲ ଜବତ- ଜଣେ ଗିରଫ ପରେ କୋର୍ଟ ଚଲାଣ

ଗଣିଆ -(ବିଶ୍ୱରଂଜନ ସେଠି ) ଗଣିଆରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗାଁ ଠାରୁ ସହର ପାନ ଦୋକାନ ଠାରୁ ଆରମ୍ଭ କରି ଚା ଦୋକାନ ପର୍ଯ୍ୟନ୍ତ ବିଦେଶୀ ଓ ଦେଶୀ ମଦର ଚୋରା କାରବାର ବଢି ଚାଲିଛି । ଏଥିପ୍ରତି ଗଣିଆ ପୋଲିସ ସଜାଗ ରହିଥିବାବେଳେ ଗତକାଲି ଦଶିପୁର ଠାରୁ ୧୩କେଜି ଗଂଜେଇ ସହିତ ଏକ ବାଇକକୁ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ପେଟ୍ରୋଲିଂ ବେଶ କଡ଼ାକଡ଼ିଭାବେ ଚାଲିଥିବାବେଳେ ଗୁରୁବାର ଦିନ ଗଣିଆ ହୁଣ୍ଡା ସୋ ରୁମ ନିକଟରୁ ୬୦ଗୋଟି ବିଅର ସହିତ ଜଣକୁ ଗିରଫ କରାଯାଇଛି ।

ସୁଚନା ଅନୁସାରେ ଦଶପଲା ପଟୁ ଏକ ଅଟୋ ସାହାଯ୍ୟରେ ଛାମୁଣ୍ଡିଆ ପଂଚାୟତର ଇଶ୍ୱରପୁର ଗ୍ରାମର ସୁବ୍ରତ କୁମାର ମାଝୀ ୫ଗୋଟି ପେଟୀରେ ୬୦ଟି ବିଅର ବୋତଲ ନେଇ ଛାମୁଣ୍ଡିଆ ଅଭିମୁଖେ ଯାଉଥିବାେବେଳ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସକୁ ଦେଖି ଅଟୋ ଡ୍ରାଇଭର ହଡ଼ବଡ଼ ହୋଇଯାଇଥିଲେ । ପୋଲିସର ସନ୍ଦେହ ହେବାରୁ ଅଟୋଟିକୁ ଗଣିଆ ଥାନାକୁ ଆଣି ସେଥିରୁ ୬୦ଟି ବିଅର ବୋତଲ ଜବତ କରିଥିଲେ । ଚଢାଉ ବେଳେ ଗଣିଆ ଥାନା ଏସଆଇ ଶ୍ୟାମ ସୁନ୍ଦର ପ୍ରଧାନ, ଏଏସଆଇ ସାହା ଆଲାମ ଖାନ, ବିକ୍ରମ ବିଶ୍ୱାଳଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥବଲେ । ଆଜି ଅପରାହ୍ନରେ ସୁବ୍ରତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଛତ୍ରିଆ ସୁଚନା ଦେଉଛନ୍ତିି ।