ବଢ଼ିଲା ଓଡ଼ିଶା ଇଭି ପଲିସି ଅବଧି
ଇଲେକ୍ଟ୍ରିକ୍ ଯାନ କ୍ରୟକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଢିଲା ଇଭି ପଲିସି । ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ପଲିସି–୨୦୨୧ର ଅବଧିକୁ ଆହୁରି ତିନି ମାସ ବଢ଼ାଇ ଦିଆଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।୨୦୨୧ରେ ଆରମ୍ଭ ହୋଇଥିବା ଏହି ପଲିସି ରାଜ୍ୟରେ ଇଭି କ୍ରୟ କରିବାକୁ ଚାହୁଁଥିବା ଗ୍ରାହକ ଏବଂ ଉତ୍ପାଦନକାରୀ ସଂସ୍ଥାମାନଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଆସିଛି। ଅବଧି ବୃଦ୍ଧି ହେବା ଦ୍ୱାରା ଇଲେକ୍ଟ୍ରିକ୍ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମିଳିବ।ବିଜ୍ଞପ୍ତିରେ କୁହାଯାଇଛି ଯେ, Odisha Electric Vehicle Policy-2021ର ପାରା-୧୧.୫ରେ ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ଅବଧି ବୃଦ୍ଧି କରାଯାଇଛି। ବିଜ୍ଞପ୍ତିରେ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସ୍ୱାକ୍ଷର ରହିଛି।