ମୋବାଇଲ ପାଇଁ ଜୀବନ ହାରିଲେ ନାବାଳିକା
ମୋବାଇଲ ଫୋନ୍ ଯୋଗୁଁ ଜଣେ ନାବାଳିକା ଜୀବନ ହାରିଛନ୍ତି । ଏପରି କିଛି ଦୁଃଖଦ ଘଟଣା ଘଟି ଯାଇଛି ବାଲେଶ୍ବର ଜିଲ୍ଲାର ବରହମପୁର ଥାନା ଅନ୍ତର୍ଗତ ଗୋପପାଳ ଗ୍ରାମରେ । ମା’ ମୋବାଇଲ ଛଡ଼ାଇ ନେବାରୁ ୧୫ ବର୍ଷୀୟା ନାବାଳିକା ଜଣକ ନିଜ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଇଛନ୍ତି ।ସୂଚନା ଅନୁସାରେ, ଗ୍ରାମର ଦୁର୍ଗା ନାଏକଙ୍କ ୧୫ ବର୍ଷର ଝିଅ ସକାଳେ ଘରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ମାମୁ ଆସି ମୋବାଇଲ ଦେଖିବାକୁ ବାରଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲା ଝିଅ। ହେଲେ ମୋବାଇ ଛଡ଼ାଇ ନେଇ ପରିବାର ଲୋକେ ଭାଙ୍ଗି ଦେଇଥିବା ବେଳେ ଏଥିରେ ରାଗି ବିଷ ପିଇ ଦେବ ବୋଲି କହିଥିଲା ନାବାଳିକା।ବହୁ କଷ୍ଟରେ ପରିବାର ଲୋକେ କବାଟ ଖୋଲି ଗୁରୁତର ଅବସ୍ଥାରେ ଝିଅକୁ ନେଇ ଉଦଳା ମେଡିକାଲ ଆଣି ସେଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଝିଅର ମୃତ୍ୟୁ ଘଟିଥିଲା । ସାମାନ୍ୟ ମୋବାଇଲ ପାଇଁ ଆଜି ଗୋଟିଏ ନାବାଳିକା ନିଜ ଜୀବନ ହାରି ଦେବାର ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ଉଭୟ ବାପା ଓ ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା କହିଛନ୍ତି । ସାମାନ୍ୟ ମୋବାଇଲ ପାଇଁ ଝିଅ ଜୀବନ ହାରି ଦେଇଥିବା ଘଟଣାକୁ ବିଶ୍ବାସ କରି ପାରୁ ନାହାନ୍ତି ବାପା ଓ ମା’ ।