ଝାରପଡ଼ା ଜେଲରେ HIV ପଜିଟିଭ, ଚିହ୍ନଟ ହେଲେଣୀ ୮ଜଣ ରୋଗୀ

ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । HIV ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି HIV ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି । ତେବେ ମହିଳା ଥାନା ପୋଲିସ୍ କିଛି ଦିନ ତଳେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ସେ HIV ପଜିଟିଭ ଥିବା ଜଣାପଡିଛି ।ତେଣୁ ଏଭଳି ରୋଗୀ ରହିବା ପରେ ଯେପରି ତାଙ୍କର ସଶ୍ପର୍ଶରେ ଆସି ଅନ୍ୟମାନେ ଆକ୍ରାନ୍ତ ନ ହୁଅନ୍ତି । ଏକାଠି ଦାଢ଼ି କାଟିବା ଓ ସେଭଳି ସଂକ୍ରମଣ ଭଳି ସ୍ଥିତି ନ ଉପୁଜେସେ ଦିଗରେ ଧ୍ୟାନ ଦେବା ପାଇଁ ଆପତ୍ତି ଉଠାଇଥିବା ଓକିଲ ଜଣାଇଛନ୍ତି । ଏନେଇ ଜେଲ ସୁପରିଟେଣ୍ଡଙ୍କ କହିଛନ୍ତି ଏନେଇ ଯାହା ଆବଶ୍ୟକିୟ ପଦକ୍ଷେପ ନିଆଯିବା କଥା ଡାକ୍ତରଙ୍କ ପରାମର୍ଶ କ୍ରମେ ନିଆଯାଉଛି । ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଏଚଆଇଭି ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି। ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।