Browsing Category
ଆଜିର ଖବର
ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ
ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ । କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।କାରଣ ଏଥର ରାତି ୯ଟା ପରେ ବାଣ!-->…
ଆଇଏନ୍ଏସ୍ ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ :‘ଯେଉଁମାନେ ନିଜ ଦମ୍ରେ ଲଢ଼ନ୍ତି, ସେମାନଙ୍କର ସର୍ବଦା ବିଜୟ ହୁଏ’
ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ମୋଦି ଏହି ଅବସରରେ କହିଛନ୍ତି, ଭାରତୀୟ ସେନା, ବାୟୁସେନା ଏବଂ!-->…
ଅନୁଗୁଳ ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର
ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ । ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ!-->…
ବାଲୁକାକଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି କଳାକୃତି ନିର୍ମାଣ ପାଇଁ ୬!-->…
ଆସନ୍ତା ୨୪ରୁ ପ୍ରବଳ ବର୍ଷା ଆଶଙ୍କା
ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ । ୨୪ ଘଣ୍ଟା ମଧ୍ୟରେ ଅବପାତ ହେବ । କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର!-->…
କେବେ ଆସିବ ପିଏମ୍ କିସାନର ୨୧ତମ କିସ୍ତି?
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପିଏମ୍ କିସାନର ୨୧ତମ କିସ୍ତି ଦୀପାବଳି ପୂର୍ବରୁ କିମ୍ବା ଦୀପାବଳିରେ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ମିଳିବନି । ନଭେମ୍ବର ପ୍ରଥମ ସପ୍ତାହରେ ପିଏମ୍ କିସାନର ୨୧ତମ କିସ୍ତି!-->…
କଟକର ବାଖରା ବାଦ୍ ପୂଜା ମଣ୍ଡପରେ ବିଜେ କରିଛନ୍ତି ମା’ଛିନ୍ନମସ୍ତା
ଆଜି କାଳୀ ପୂଜା । ଉତ୍ସବମୁଖର ଗାଁଠୁ ସହର । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ!-->…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ଚାଲେଞ୍ଜ୍
ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିସାରିଛି । ତେବେ ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ଷଡ଼ଯନ୍ତ୍ର ପଛରେ ବଡ଼ ମୁଣ୍ଡ ଥିବା ଆଲୋଚନା ହେଉଛି । ହତ୍ୟା ପଛର କାରଣ ରାଜନୈତିକ ନା ପୂର୍ବ ଶତ୍ରୁତା ଏବେ!-->…
ନୂଆପଡ଼ା ବାଜି ଜିତିବାକୁ ସ୍ୱତନ୍ତ୍ର ରଣନୀତି କରି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ
ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ।ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ!-->…
ୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା
ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି । ଏୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବିମାନଟି ଏକ ବୋଇଙ୍ଗ୍ ୭୪୭ ବୋଲି ଜଣାପଡ଼ିଛି । ତେବେ!-->…
ଆଜି ଅପରାହ୍ନ ୩ଟାରୁ ଚାଲିବନି ‘ଆମ ବସ୍’
ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ ରହିବ।ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍!-->…
ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ!-->…