Browsing Category
ଆଜିର ଖବର
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର- ଆଇନ ମନ୍ତ୍ରୀ
ମହିଳା ଏବଂ ଶିଶୁ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।ଏମାନେ ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ । ଏ ନେଇ!-->…
ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ
ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେବେ।
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ ମୋଦୀ
ବିରୋଧୀ ଦଳ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ!-->…
ରାଶନ କାର୍ଡ ଧାରକଙ୍କ ତାଲିକାର ଏକ ବ୍ୟାପକ କାଟଛାଣ୍ଟ ଆରମ୍ଭ
କେନ୍ଦ୍ର ସରକାର ରାଶନ କାର୍ଡ ଧାରକଙ୍କ ତାଲିକାର ଏକ ବ୍ୟାପକ କାଟଛାଣ୍ଟ ଆରମ୍ଭ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପ୍ରଥମ ଥର ପାଇଁ ରାଶନ କାର୍ଡ ଧାରକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଯେଉଁମାନେ ମାଗଣା ଶସ୍ୟ ଭଳି ସୁବିଧା ପାଇଁ ଯୋଗ୍ୟ ହୋଇନଥାନ୍ତି। ଏହି ତାଲିକାରେ ପ୍ରାୟ!-->…
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ ଆଉ ନାହାନ୍ତି। ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ!-->…
ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,!-->…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ଅଭିଯୋଗ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ୩୫ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ!-->…
ଶିମିଳିପାଳ କୋର୍ ଏରିଆରେ ବୁଲୁଛି ଜିନତ,୨୪ ଘଣ୍ଟା ନଜର ରଖୁଛି ସାଟେଲାଇଟ୍
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆରେ ସ୍ୱଚ୍ଛନ୍ଦରେ ବୁଲୁଛି ବାଘୁଣୀ ଜିନତ । କ୍ୟାମେରାରେ ବାଘୁଣୀ ଜିନତର ଫଟୋ କଏଦ ହୋଇଛି । ତେବେ ଏହି ଫଟୋକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଜାରି କରାଯିବା ସହ ଏହାର ସୂଚନା ଦିଆଯାଇଛି ।୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ!-->…
ଓଡ଼ିଶାରେ ହେବ ୪ଟି କ୍ରୁଜ୍ ସର୍କିଟ୍
ଓଡ଼ିଶାରେ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସହିତ କରାଯିବ। ୪ଟି କ୍ରୁଜ ସର୍କିଟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।ଭିତରକନିକା, ଯୋବ୍ରା, ଲଳିତଗିରି-ଉଦୟଗିରିରେ ଏହି କ୍ରୁଜ ସର୍କିଟ ହେବ। ବାଲେଶ୍ୱରର ହିଡେନ ବିଚରେ ହେବ ଏହି କ୍ରୁଜ ସର୍କିଟ। କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ!-->…
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର।ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବ
ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ!-->…
ଫେରାର ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ
ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍!-->…
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ
ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଅବପାତ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ!-->…