Browsing Category

ଆଜିର ଖବର

ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ, ମୁକ୍ତି ଆବେଦନ ଖାରଜ

ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା

ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି, ଏୟାର ଇଣ୍ଡିଆ ସିଇଓଙ୍କୁ କେନ୍ଦ୍ର ସରକାରଙ୍କ ସମନ୍

ଏୟାର ଇଣ୍ଡିଆ ସିଇଓଙ୍କୁ ସମନ୍ । ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି ମିଳିଥିବାରୁ ସମନ୍ କରିଛନ୍ତି କେନ୍ଦ୍ର ସରକାର । ଇମିଗ୍ରେସନ୍ କ୍ଲିଅରାନ୍ସ ବାଧ୍ୟତାମୂଳକ ଥିବା ସତ୍ତ୍ବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି

 ମହିଳାଙ୍କୁ ନଦୀକୁ ଟାଣିନେଲା ବିଶାଳ ବଉଳା କୁମ୍ଭୀର, ଏକ କିମି ଦୂରରୁ ମିଳିଲା ମୃତଦେହ

ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି। ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି । ହେମଲତା ସକାଳୁ ଘର ଲିପିବା ପାଇଁ ଘର ନିକଟ ଗଳିଆ ନଈକୂଳକୁ କାଦୁଅ

ମା ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଓ ନୂଆଁଖାଇ ଗଣପର୍ବ

ମା ସମଲେଶ୍ବରୀଙ୍କ ପୀଠରେ ନୂଆଁଖାଇ ପର୍ବ ପାଳନ ପାଇଁ ଦିନ ଧାର୍ଯ୍ୟ ହେବା ପରେ ନୂଆଁଖାଇ ପରବ ପୂର୍ବ ଦିନ ମନ୍ଦିରକୁ ନୂଆ ଧାନ ଆସେ। ଏହି ନୂଆ ଧାନରୁ ପ୍ରସ୍ତୁତ ହୁଏ ନୈବେଦ୍ୟ ଯାହା ଇଷ୍ଟଦେବୀ ମା ସମଲେଇ ଙ୍କ ପାଖରେ ଅର୍ପଣ କରାଯାଏ। ତା'ପରେ ୧୧୫ ଜଣ ପାର୍ଶ୍ଵ ଦେବଦେବୀଙ୍କୁ କୁରେଇ

ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା, ଓଡ଼ିଶା ଆସିବେ ରାହୁଲ

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ତେବେ ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭୁବନେଶ୍ଵରରେ 'ଛାତ୍ର କି ଗୁଞ୍ଜ୍' କାର୍ଯ୍ୟକ୍ରମରେ ଦେବେ ଯୋଗ । ସାମିଲ ହେବେ ୨୦ ହଜାର ଯୁବପୀଢି ।

UPI ପେମେଣ୍ଟ ଓ RuPay ଡେବିଟ କାର୍ଡ କାରବାରରେ ଲାଗିବନି କୌଣସି ଶୁଳ୍କ ! 

UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କଲେ କୌଣସି ଶୁଳ୍କ (ଚାର୍ଜ) ଲାଗୁ କରାଯିବ ନାହିଁ; ଅର୍ଥାତ ଏହି ସୁବିଧା ମାଗଣା ରହିବ। କେନ୍ଦ୍ର ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି।ସରକାର ସ୍ପଷ୍ଟ କରିଛନ୍ତି ଯେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କିମ୍ବା RuPay

ଆକ୍ସନରେ ଅଗ୍ନିଶମ ବାହିନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ

ସହରରେ ଅଗ୍ନିକାଣ୍ଡ ଅଘଟଣ ଏଡାଇବାକୁ ଆକ୍ସନ ପ୍ଲାନ୍ । ଆଜିଠୁ ସରପ୍ରାଇଜ ଚେକ୍ କରିବ ଅଗ୍ନିଶମ ଟିମ୍ ।ବିଭିନ୍ନ ହୋଟେଲ, ମଲ୍, ମେଡିକାଲ ଏବଂ ମଲ୍ଟିପ୍ଲେକ୍ସରେ ଚାଲିଛି ଅଗ୍ନି ନିରାପତ୍ତା ଯାଞ୍ଚ ।ହୋଟେଲ୍, ମଲ୍, ମେଡିକାଲ ଅଥବା ମଲ୍ଟିପ୍ଲେକ୍ସ କେତେ ସୁରକ୍ଷିତ। ସେହି ସବୁ ବଡବଡ

ପିଲାଙ୍କ ସହିତ ଜଡ଼ିତ ସମସ୍ତ ସୂଚନା ଦେବାକୁ ଇଚ୍ଛା ପ୍ରକାଶ କଲା ମେଟା 

ଶିଶୁମାନଙ୍କୁ ଇଣ୍ଟରନେଟରେ ହେଉଥିବା ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ କଟକଣା ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର । ଏନେଇ ସରକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ନିୟମିତ ଆଲୋଚନା କରୁଛନ୍ତି ।ଶିଶୁ

ଦେଶର ୫ମ ସବୁଠୁ ମହଙ୍ଗା ରାଜ୍ୟ ଓଡ଼ିଶା: ଅଗଷ୍ଟରେ ୫.୫% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି

କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି ।ଦରଦାମ୍‌ରେ ଲଗାତାର ବୃଦ୍ଧି ପରିପ୍ରେକ୍ଷୀରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ରହି ଅଗଷ୍ଟ ମାସରେ ୫.୫ ପ୍ରତିଶତ ଛୁଇଁଛି । ଏହା ଦେଶର ୪.୮୨% ମୁଦ୍ରାସ୍ଫୀତି ତୁଳନାରେ ୦.୭୦% ଅଧିକ।

ଆସନ୍ତା ୧୯ରୁ ଦେଶରୁ ମୌସୁମୀର ଲେଉଟାଣି

ଖୁବ୍‌ଶୀଘ୍ର ଓଡ଼ିଶାରୁ ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି । ଆସନ୍ତା ୧୯ ତାରିଖରୁ ଦେଶରେ ଆରମ୍ଭ ହେବ ମୌସୁମୀ ବାୟୁର ଲେଉଟାଣି । ପ୍ରଥମେ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ବାୟୁ ଅପସାରଣ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି । ପରେ ମୌସୁମୀ ବାୟୁ

 ଆଜି ନୂଆଁଖାଇ ତିହାର… ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ପାଇଁ ଆଜି ଉଠୁଛି ପଡ଼ୁଛି ପୂରା ପଶ୍ଚିମ ଓଡ଼ିଶା । ଏହି କୃଷିଭିତ୍ତିକ ଗଣପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ । ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ

ଆଜି ପବିତ୍ର ନୂଆଖାଇ ପର୍ବ, ଆଜି ମାଆ ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ

ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା । ସମସ୍ତେ ମିଶି ଧୁମଧାମରେ ପାଳନ କରୁଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଁଖାଇର ପ୍ରମୁଖ ଆକର୍ଷଣ