ଆକ୍ସନରେ ଅଗ୍ନିଶମ ବାହିନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ
ସହରରେ ଅଗ୍ନିକାଣ୍ଡ ଅଘଟଣ ଏଡାଇବାକୁ ଆକ୍ସନ ପ୍ଲାନ୍ । ଆଜିଠୁ ସରପ୍ରାଇଜ ଚେକ୍ କରିବ ଅଗ୍ନିଶମ ଟିମ୍ ।ବିଭିନ୍ନ ହୋଟେଲ, ମଲ୍, ମେଡିକାଲ ଏବଂ ମଲ୍ଟିପ୍ଲେକ୍ସରେ ଚାଲିଛି ଅଗ୍ନି ନିରାପତ୍ତା ଯାଞ୍ଚ ।ହୋଟେଲ୍, ମଲ୍, ମେଡିକାଲ ଅଥବା ମଲ୍ଟିପ୍ଲେକ୍ସ କେତେ ସୁରକ୍ଷିତ। ସେହି ସବୁ ବଡବଡ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ଅଛି ନା ନାହିଁ ସେ ନେଇ ଆଜି ଯାଞ୍ଚ୍ କରୁଛି ଅଗ୍ନିଶମ ବିଭାଗ। ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ଏକ ସ୍ପେଶାଲ୍ ଟିମ୍ କରୁଛନ୍ତି ଯାଞ୍ଚ୍। ସ୍ପ୍ରିଙ୍କଲର୍, ମୋଟର, ପାଇପ୍, ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ଅଛି ନା ନାହିଁ ଏବଂ ଜରୁରୀକାଳୀନ ଡୋର୍ କାମ କରୁଛି ନା ନାହିଁ । ସେସବୁର ତଦାରଖ ଚାଲିଛି ।ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ପୁର୍ବରୁ ଅବଗତ କରାଯାଇଛି । ଅଗ୍ନିକଣ୍ଡ ଘଟିବା ପରେ ଆକ୍ସନ୍ ନୁହେଁ, ବରଂ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ । ଫାୟାର ସେଫ୍ଟି ନିୟମର କଡ଼ାକଡ଼ି ଲାଗୁ ପାଇଁ ଆସନ୍ତା ୧୫ ସେପ୍ଟେମ୍ବରରୁ ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଅଭିଯାନ ଆରମ୍ଭ ହୋଇଛି । ମାସେ ବ୍ୟାପୀ ଚାଲିବ ଏହି ଅଭିଯାନ । ଫାୟାର ସେଫ୍ଟି ସାର୍ଟିଫିକେଟ୍ ଆବଶ୍ୟକ କରୁଥିବା ଅଟ୍ଟାଳିକାର ସର୍ଭେଠାରୁ ଆରମ୍ଭ କରି AI ଆଧାରିତ ଡାଟାବେସ୍, କଣ୍ଟ୍ରୋଲ୍ ରୁମ୍, ହ୍ୱାଟ୍ସଆପ୍ ନମ୍ବର ଓ ଲାଇସେନ୍ସ ପ୍ରକ୍ରିୟାରେ ହଇରାଣ ହେଲେ ଅଭିଯୋଗ ପାଇଁ ଟୋଲ୍ ଫ୍ରି ନମ୍ବର ଏଭଳି ଏକାଧିକ ପଦକ୍ଷେପ ନେଉଛି ଫାୟାର ବିଭାଗ ।