ପ୍ରଥମ ଥର ୨୨ ଫୁଟର ଗଣେଶ ମୂର୍ତ୍ତି
ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପଲ୍ଲିରୁ ଦିଲ୍ଲୀ । ଶ୍ରୀଗଣେଶଙ୍କ ଆବାହନ ଲାଗି ସବୁଠି ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶ । ତେବେ ପ୍ରଥମ ଥର ବାରଙ୍ଗର ସାଇନ୍ ହାର୍ଟ କ୍ଲବ ନିର୍ମାଣ ହୋଇଛି ଏତେ ବଡ଼ ଗଣେଶ ମୂର୍ତ୍ତି । ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ବାରଙ୍ଗ ଅଞ୍ଚଳର ଦାଢ଼ା ଗାଁ ସ୍ଥିତ ସାଇନ୍ ହାର୍ଟ କ୍ଲବ୍ ପକ୍ଷରୁ ନିଆରା ଢଙ୍ଗରେ ବିଘ୍ନ ବିନାଶକଙ୍କ ପୂଜା ଆୟୋଜନ କରାଯାଉଛି । ଦୀର୍ଘ ୧୬ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ୨୨ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରିଛି କ୍ଲବ୍ । ଆସନ୍ତା ୨୦ ତାରିଖରେ ଗଣେଶଙ୍କୁ ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।