ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ
ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।ଏପଟେ ୫ ଶିଶୁ ଓରାଙ୍ଗଉଟାନ୍ ଙ୍କ ଯତ୍ନ ପାଇଁ ବଡ଼ ପଦକ୍ଷେପ । ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ରକ୍ଷଣାବେକ୍ଷଣ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି ୫ ଜଣିଆ ବୈଷୟିକ କମିଟି । ନନ୍ଦନକାନନରେ ଥିବା ଓରାଂଉଟାନଙ୍କ ଯତ୍ନ ସହ ଜଡ଼ିତ ସମସ୍ତ ବିଷୟରେ ଏହି କମିଟି ଅନୁଧ୍ୟାନ କରିବ। ସେମାନଙ୍କୁ କେମିତି ଖାଦ୍ୟ ଦିଆଯିବ, ସ୍ୱାସ୍ଥ୍ୟର ଯତ୍ନ କିପରି ନିଆଯିବ ଏବଂ କେଉଁ ପରିବେଶରେ ରଖାଯିବ—ଏସବୁ ନେଇ ବିଶେଷଜ୍ଞମାନେ ପରାମର୍ଶ ଦେବେ ।