ଗଣିଆର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ଗଣିଆ,- (ବିଶ୍ୱରଂଜନ ସେଠି ) ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣନାଥଙ୍କର ପୁଜା ଧୁମଧାମର ସହିତ ପାଳିତ ହୋଇଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଗାରଁ ଯୁବକସଂଘ ମାନଙ୍କରେ ଗଣେଶ ପୁଜା ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ଧୁପ, ଦୀପ, ପୁଷ୍ପ, ଚନ୍ଦନ, ନଡ଼ିଆ, କଦଳୀ, ସେଓ, କଦଳୀ, ଅଙ୍ଗୁର, ରାଶିଲଡ଼ୁ, ମିଠେଇ ଆଦି ଭୋଗ କରାଯାଇଥିଲା । ପୁଜାରେ ପ୍ରତ୍ୟେକ ଅନୁଷ୍ଠାନରେ ଭଜନ ଓ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୁଜା ଅନୁଷ୍ଠାନଗୁଡ଼ିକ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳରେ ସୁସଜ୍ଜିତ ହୋଇଥିଲା । ଗଣିଆର ବନମାଳୀ ବାରିକି ମହାବିଦ୍ୟାଳୟ, ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ,,, କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ,,ଗ୍ରାମଅଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋରପ୍ରସାଦ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗଣିଆ ଓ ଆଡଭାନ୍ସ ଟ୍ୟଟୋରିଆଲ ଓ ଡ. ରାମଚନ୍ଦ୍ର ସାମନ୍‌ତରାୟ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ମଧ୍ୟ ଧୁମଧାମରେ ପୂଜା ପାଳିତ ହୋଇଥିଲା । ଚଳିତ ବର୍ଷ ଆଡଭାନ୍ସ ଟ୍ୟଟୋରିଆଲ ଓ ଡ. ରାମଚନ୍ଦ୍ର ସାମନ୍‌ତରାୟ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ପୂଜା ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ଏଥି ସହିତ ଗଣିଆ ଅଂଚଳର ମଧୂବୈଶ୍ୟ ସମାଜର ଆରାଧ୍ୟ ଠାକୁର ଗଣେଶଙ୍କ ପୁଜା ଗଣିଆ ବିରାଜିତ ରଘୁନାଥ ମନ୍ଦିର ପରିସରରେ ଓ ଛାମୁଣ୍ଡିଆ ଅଂଚଳର ମଧୂବୈଶ୍ୟ ସମାଜର ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା।