ଗାଁ ଦାଣ୍ଡରେ ଖଣ୍ଡାବୁଲାଇବା ପଡିଲା ମହଙ୍ଗା ନିମାପଡା ପୋଲିସ ଗିରଫ କରି କଲେ କୋର୍ଟ ଚାଲଣ

ପୁରୀ:-14/09/2026-ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଖଣ୍ଡା ବୁଲାଇବା ସହ ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ପରେ ନିମାପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମୂଲ୍ୟ ପ୍ରଧାନକୁ ଗିରଫ କରି କୋର୍ଟ ଚାଲଣ କରିଛି।ସୂଚନା ମୁତାବକ ଗତ ୧୧ ତାରିଖ ସନ୍ଧ୍ୟାରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ସଗଡ଼ା ପଞ୍ଚାୟତର ଆଙ୍କୁସୁପୁର ଗ୍ରାମର ଅମୂଲ୍ୟ ପ୍ରଧାନ ନାମକ ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରି ହାତରେ ଖଣ୍ଡା ଧରି ଗାଁରେ ବୁଲୁଥିଲେ। ଏହି ସମୟରେ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ଅଜୟ କୁମାର ସ୍ୱାଇଁଙ୍କ ଦୋକାନକୁ ଯାଇ କିଛି ଜିନିଷ ମାଗିଥିଲେ। ଅଜୟ ଏଥିରେ ମନା କରିବାରୁ ଅମୂଲ୍ୟ ହଠାତ୍ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଜଣାପଡ଼ିଥିଲା।ଘଟଣାସ୍ଥଳରେ ଥିବା ଦୁଇଜଣ ବରିଷ୍ଠ ନାଗରିକ ଗଦାଧର ବେହେରା ଓ ପଦ୍ମନାଭ ପ୍ରଧାନ ବୁଝାସୁଝା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରିଥିଲେ।କିନ୍ତୁ ଯୁବକ ଜଣକ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା।ଏନେଇ ନିମାପଡା ଥାନାରେ ଅଭିଯୋଗ ପରେ ନିମାପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ଗତକାଲି ଅମୁଲ୍ୟ ପ୍ରଧାନ ଙ୍କୁ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ପୁରୀରୁ ପ୍ରକାଶ କାଣ୍ଡିHR TV ଓଡ଼ିଆ