ଆରମ୍ଭ ହେଲା ଗଣିଆରେ ଦଣ୍ଡଯାତ୍ରା
ଗଣିଆ,-(ବିଶ୍ୱରଂଜନ ସେଠି) ଶୈବ ଓ ଶାନ୍ତ ପରମ୍ପରା ନିଷ୍ଠା ଓ କାଷ୍ଠାର ଅନନ୍ୟ ନିଦର୍ଶନ ଦଣ୍ଡଯାତ୍ରା ପାଇଁ ଏବେ ଗାଁ ଠାରୁ ସହର ସବୁଠାରେ ଅଧ୍ୟାତ୍ମିକ ପରିବେଶ ବାରି ହୋଇପଡ଼ୁଛି । ପଣା ସଂକ୍୍ରାନ୍ତି ପର୍ଯ୍ୟନ୍ତ ଇତି ଅବସରରେ ଧୁଳି ଦଣ୍ଡ, ପାଣିଦଣ୍ଡ, ଦଣ୍ଡନାଚ ଆଦି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ପ୍ରତ୍ୟେକ ବର୍ଷ ଚୈତ୍ରମାସରେ ମାନସିକଧାରୀମାନେ ନିଜ ନିଜର ମାନସିକ ପୁରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଗେରୁଆ ବ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମା’ଙ୍କ ବାନା, ଛତ୍ର, ମରୟରପୁଛ, ସହିତ ମା’ ଦଣ୍ଡକାଳୀଙ୍କୁ ଧରି ଢୋଲ ମହୁରୀ ବଜାଇ ମାନସିକଧାରୀମାନେ ଗାଁକୁ ଗାଁ ବୁଲିବା ସହ ଦଣ୍ଡ ଗ୍ରହଣ କରିବା ଝୁଣା ମାରି ଦଣ୍ଡ ଖେଳିଥାନ୍ତି । ଗ୍ରାମର ପ୍ରତ୍ୟେକ ଦୁଆରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସହ ଭକ୍ତମାନେ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି । ପାଟ ଦଣ୍ଡୁଆ ଅଂଚଳ ମଙ୍ଗଳପାଇଁ ମା’ଙ୍କ ପାଖରେ ନିବେଦନ କରିଥାନ୍ତି । ଛୋଟ ବଡ଼ କଳାକାରମାନଙ୍କ ଦ୍ୱାରା ପ୍ରତ୍ୟେହ ରାତ୍ରିରେ ଦଣ୍ଡୁଆଙ୍କର ଦଣ୍ଡଖେଳ ସହିତ ଦଣ୍ଡ ଉପାସନାରେ ଶିବପାର୍ବତୀଙ୍କର ମହିମା ସଂପର୍କିତ ଗୀତୀନାଟ୍ୟ ସହିତ ଅନ୍ୟାନ୍ୟ ଯଥା ଚଡ଼େୟା ଚଡ଼ଉଣୀ, କେଳାକେଳୁଣୀ, ଧୋବାଧୋବଣୀ, ଯୋଗୀଯୋଗିଆରୀ, ପରଭା, ଦହିଖେଳ, ପତର ସଉରା ଓ ବୀଣାକାର ଆଦି ସଚେତନଧର୍ମୀ ସୁଆଙ୍ଗ ପରିବେଷଣ କରାଯାଇଥାଏ । ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥାଏ । ଗଣିଆ ଓ ଏହାର ଆଖପାଖ ଅଂଚଳ ତଥା କରଡ଼ାପଡ଼ା, କିଶୋରପ୍ରସାଦ, ବେଲପଡ଼ା, ବିଜୟନଗର, ୱାଲିପୁର, ରାସଙ୍ଗ, ଡଙ୍କାରିସାହି, ଛାମୁଣ୍ଡିଆ, ପତଣ୍ଡା, ତୁମାଣ୍ଡି ଆଦି ଗ୍ରାମରେ ଥିବା ମା’ କାଳୀଙ୍କ କୋଠିମାନଙ୍କରେ ଦଣ୍ଡଯାତ୍ରା ପାଣି ପାଣି ତୋଳା ଆରମ୍ଭ ହୋଇଛି । ଏହି ଦଣ୍ଡଯାତ୍ରା ଆସନ୍ତା ପଣା ସଂକ୍ରାନ୍ତି ଦିନ ଉଦ୍ଯାପିତ ହେବ ।
