ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିଆନଙ୍କ ସହ ଶନିବାର ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ପିଏମ୍ ମୋଦି ତାଙ୍କୁ ଇଦ୍ ଓ ନବରୋଜର ଶୁଭକାମନା ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରେ କୁହାଯାଇଛି, ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିଆନଙ୍କ ସହ କଥା ହେଲି ଏବଂ ତାଙ୍କୁ ଈଦ୍ ଓ ନବରୋଜ ପାଇଁ ଶୁଭେଚ୍ଛା ଜଣାଇଲି। ଆମେ ଆଶା ପ୍ରକାଶ କରିଛୁ ଯେ ଏହି ପର୍ବ ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିବ।ଏହି କ୍ଷେତ୍ରରେ ଗୁରୁତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରାଯାଇଛି, ଯାହା ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇଥାଏ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରିଥାଏ। ନୌଚାଳନା ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଜାହାଜ ଚଳାଚଳ ପଥଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବାର ମହତ୍ତ୍ୱକୁ ଦୋହରାଇଛି। ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଇରାନର ନିରନ୍ତର ସମର୍ଥନକୁ ପ୍ରଶଂସା କରିଛି।