ଓଡ଼ିଆପକ୍ଷ ” ପାଳନ ଅବସରରେ ଚୌଦ୍ୱାର ମହାବିଦ୍ୟାଳୟରେ ପାରମ୍ପରିକ ଖାଦ୍ୟ ପରିବେଷଣ ।।
ଆମ ଉତ୍କଳୀୟ ପରମ୍ପରା ଓ ଗୌରବମୟ ସଂସ୍କୃତିରେ ପୁରାଣରୁ ଆଜି ଯାଏ ପାରମ୍ପରିକ ଖାଦ୍ୟ ଓ ବ୍ୟଞ୍ଜନ ସବୁଠାରୁ ନିଆରା ଓ ସ୍ବତନ୍ତ୍ର ସ୍ବାଦଯୁକ୍ତ । ଓଡିଆ ଖାଦ୍ୟ ଓଡିଶାରେ ହେଉ କିମ୍ବା ଭାରତରେ ହେଉ କିମ୍ବା ବିଦେଶ ମାଟିରେ ହେଉ ଓଡିଆଣୀ ମାଆର ମାଟି ହାଣ୍ଡିରେ ହାତ ରନ୍ଧା ଓଡିଆ ଖାଦ୍ୟର ପ୍ରଶଂସା ସବୁକାଳେ ପୃଥିବୀ ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।। ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଷାଠିଏ ପଉଟି ଖାଦ୍ୟପ୍ରିୟ ଅଟନ୍ତି।। ପାଞ୍ଜି ପ୍ରିୟ ଠାକୁରଙ୍କ ପାଖରେ ବ୍ୟଞ୍ଜନ ଦ୍ବାଦଶୀ ରେ ଶହ ଶହ ପ୍ରକାରର ବ୍ୟଞ୍ଜନ ପରିବେଷଣ ହୋଇଥାଏ। ଖାଇବା ଆଉ ଖୁଆଇବାର ଖାଣ୍ଟି ଆନନ୍ଦ ପାଇବା ଓ ଆନନ୍ଦ ବାଣ୍ଟିବା ନିମନ୍ତେ ଯିଏ ସୃଷ୍ଟି କରିଛନ୍ତି ଆନନ୍ଦ ବଜାର ଯେଉଁ ଆନନ୍ଦ ବଜାରରେ ଆନନ୍ଦରେ ଅବଢା ମୁଠାଏ ଖାଇ ଟଙ୍କ ତୋରାଣୀ ମୁନ୍ଦିଏ ପିଇ ଅତି ଆନନ୍ଦରେ ଆନନ୍ଦ ହେଉଥିବା ପ୍ରତିଟି ଓଡିଆ ଅଧରରେ ଆନନ୍ଦରେ ଆନନ୍ଦିତ ହେଉଥିବା ପ୍ରଭୁ ଅଧର ପଣା ପିଇ ଅଭୟ ଆଶିଷ ଦେଉଥିବା ପ୍ରଭୁ ଜଗନ୍ନାଥଙ୍କୁ “ଓଡିଆ ପକ୍ଷ ” ପାଳନ ଅବସରରେ ସପ୍ରେମ ପ୍ରଣାମ ।।
ଖଇ ଠାରୁ ଖଜା , ଆରିଷା ଠାରୁ ଗଇଁଠା , ଏଣ୍ଡୁରୀ ଠାରୁ ବୁଢା ଚକୁଳି, ମଣ୍ଡା ପିଠା ପର୍ଯ୍ୟନ୍ତ ସବୁଠି ସବୁଠି ଅତି ପ୍ରିୟ ଓଡିଆ ଖାଦ୍ୟ ।।
ଓଡ଼ିଆପକ୍ଷ ପାଳନର ଅଂଶରୂପ ମହାବିଦ୍ୟାଳୟ ପରିସରରେ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟର ଏକ ବିଶେଷ ପରିବେଷଣ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଧାନ ଆକର୍ଷଣ ଥିଲା ଓଡ଼ିଆଙ୍କ ପ୍ରିୟ ଖାଦ୍ୟ “ଦହି ପଖାଳ”, ଯାହା ସହ ମାଛ ଭଜା, ବଡି ଚୁରା, ଛତୁ ଭଜା, ଦେଶୀ ପିଆଜ, ଲେମ୍ବୁ, ଲଙ୍କା ଓ ଆମ୍ବ ଲସି ପରି ପାରମ୍ପରିକ ପଦାର୍ଥଗୁଡ଼ିକ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଉତ୍ସାହଭରା ଭାବରେ ଅଂଶଗ୍ରହଣ କରିଥିଲେ। ସଙ୍ଗୀତା ମହାପାତ୍ର, ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ, ବରିଷ୍ଠ ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ପ୍ରାଧ୍ୟାପିକା ଡ଼ଃ ହରପ୍ରିୟା ମହାପାତ୍ର, ଡ଼ଃ ପ୍ରଫୁଲ୍ଲ କୁମାର ସାହୁ, ଓଡ଼ିଆପକ୍ଷ ସଂଯୋଜିକା ଡ଼ଃ ସସ୍ମିତା କର, ଅଧ୍ୟାପକ ସୁମନ୍ତ କୁମାର ସାହୁ, ଯୁକ୍ତେଶ୍ୱର ଦାସ ଓ ଡ଼ଃ ଦୀପକ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥାଇ ସମସ୍ତଙ୍କ ସହ ଏହି ପାରମ୍ପରିକ ଖାଦ୍ୟର ସ୍ୱାଦ ଉପଭୋଗ କରିଥିଲେ।
ଏହି ପରିବେଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପାଇଁ ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ଏହାରେ ବହୁତ ଆନନ୍ଦ ପ୍ରକାଶ କରିଥିଲେ ଓ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ଦେଖାଇଥିଲେ। ଏହି ପଦକ୍ଷେପ ଓଡ଼ିଆ ପରମ୍ପରା ଓ ଐତିହ୍ୟକୁ ଆଗାମୀ ପିଢ଼ୀଙ୍କ ପାଖରେ ପହଞ୍ଚାଇବାରେ ନିଶ୍ଚିତ ଭାବେ ସାର୍ଥକ ହେବ ଏଥିରେ ତିଳେମାତ୍ର ସନ୍ଦେହ କରିବାର
ନାହିଁ ।।
ବ୍ୟୁରୋ ରିପୋର୍ଟ Hr TV ଓଡିଆ ନିଉଜ୍ ।।
